ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସର୍ଗିଗୁଡ଼ାକୁ ପରିଦର୍ଶନ କଲେ ସ୍ବାସ୍ଥ୍ୟ ସଚିବ ଶାଳିନି ପଣ୍ଡିତ

 ନର୍ଲା (ମନିସ) ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସର୍ଗିଗୁଡ଼ା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ( HWC ) ସାଧାରଣ ଜନତା ଙ୍କୁ ସଠିକ୍ ସମୟରେ ଉତ୍ତମ ସେବା ଯୋଗାଇ ଥିବାରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଓଡ଼ିଶା ରାଜ୍ୟରେ କାୟାକଳ୍ପ ଦ୍ଵାରା ପ୍ରଥମ ସ୍ଥାନ ଅଧିକାର କରିଛି। ଏବଂ ଏନକ୍ୱାସରେ ରାଜ୍ୟରେ ଏକନମ୍ବର ହେବା ସହ ଜାତୀୟ ସ୍ତରକୁ ମନୋନୀତ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଦିନ ୧ ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନି ପଣ୍ଡିତ ପରିଦର୍ଶନ କରିଥିଲେ । ସାଧାରଣ ଲୋକଙ୍କୁ ସଠିକ୍ ସମୟରେ ଉନ୍ନତ ମାନର ସେବା ଯୋଗାଇଥିବାରୁ ଖୁସି ବ୍ୟକ୍ତକରିଥିଲେ। ଏହି ସମୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସର୍ଗୀଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ , ଅଧିକାରୀ ଓ ଆଶା କର୍ମୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ବିଭିନ୍ନ ବିଷୟରେ ପଚାରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଡିପିଏମ, ନର୍ଲା ମେଡିକାଲ ଅଫିସର ଅକ୍ଷୟ କୁମାର ଗୋଛାୟତ ,ବିପିଏମ ସବିର କୁମାର ପଧାନ , ସିଏଚ୍ଓ ଅଜିତ କୁମାର ସାହୁ , ଏଏନ୍ଏମ ସୂର୍ଯ୍ୟକାନ୍ତି ପାଢ଼ୀ, ଆଶା କର୍ମୀ ଦମୟନ୍ତୀ ଭୋଇ ,ଶାନ୍ତି ମାଝୀ ଓ ସଜନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ମହିଳା ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

Sunil Chandra Nayak

ରାୟଗଡ଼ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ସୁବିଧାର ଶୁଭାରମ୍ଭ

masiha

Leave a Comment

error: Content is protected !!