ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

ରାଉରକେଲା: କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଅନନ୍ୟ ଚିନ୍ତାଧାରା ରୁ ସୃଷ୍ଟି ଆର୍ଟ ଅଫ ଗିଭିଙ୍ଗ ଡେ କେବଳ ଓଡ଼ିଶା ରେ ନୁହେଁ ମେ ୧୭ ତାରିଖ ରେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି। ଆର୍ଟ ଗିଭିଙ୍ଗ ଡେ ପାଳନ କରାଯିବା ସହ ଚଳିତ ବର୍ଷର ଥିମ୍ ସାହାଯ୍ୟକାରୀ ଙ୍କୁ ସାହାଯ୍ୟ “ ହେଲ୍ପିଙ୍ଗ ଦି ହେଲ୍ପ” କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାଉରକେଲା ସହରର ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଆର୍ଟ ଅଫ ଗିଭିଙ୍ଗ ଡେ ଓ ଡଃ ଅଚ୍ୟୁତ ସାମନ୍ତ ଙ୍କ ଏହି ଉଦ୍ୟମ ବର୍ତ୍ତମାନ ବିଶ୍ଵ ଦରବାରରେ କିଭଳି ଓଡ଼ିଶା କୁ ପହଞ୍ଚାଇ ପାରିଛି ତାହା ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ ସାମନ୍ତ ଙ୍କ ଏଭଳି ଏକ ସ୍ବତନ୍ତ୍ର ଚିନ୍ତାଧାରା କୁ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବ ତାଙ୍କୁ ସମ୍ମାନ ଦେଉଛି ବୋଲି କହିଥିଲେ। ମୂଖ୍ୟ ବକ୍ତା ଭାବେ ଅରବିନ୍ଦ ଦାସ ଯୋଗଦେଇ ବହୁ ଘାତ ପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ସମଗ୍ର ବିଶ୍ଵରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଏବଂ ସେଥିପାଇଁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ସାମନ୍ତ ଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଥିବା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ବେଶ୍ ଖୁସି ପ୍ରକାଶ କରିବା ସହିତ ଡଃ ସାମନ୍ତଙ୍କ ଏପ୍ରକାର ପଦକ୍ଷେପ ର ଭୂୟସୀ ପ୍ରଶଂସା କରିଥିଲେ।

ଓଡ଼ିଶାରୁ ଆରମ୍ଭ ହୋଇ ବର୍ତ୍ତମାନ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ହୋଇପଡ଼ିଥିବା ଆର୍ଟ ଅଫ ଗିଭିଙ୍ଗ ୟୁନେସ୍କୋ ଭଳି ଖ୍ୟାତନାମା ସଂସ୍ଥା ସ୍ବୀକୃତି ଦେଲାଣି। କିଟ୍ ଓ କିସ୍ ର ପ୍ରତିଷ୍ଠାତା ଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି କହିଥିଲେ ।

ଆର୍ଟ ଅଫ ଗିଭିଙ୍ଗ ଡେ ର ପୂର୍ବାହ୍ନରେ କିଟ୍ କିସ୍ ର କର୍ମକର୍ତ୍ତା ତଥା କାର୍ଯ୍ୟକ୍ରମର ଆବାହକ ସନ୍ତୋଷ ନାଏକ, ସରିତା ସିଂ, ଅନିତା ନାଏକ , କମଳାକାନ୍ତ ସ୍ବାଇଁ ଓ କଳିଙ୍ଗ ଟିଭି ପ୍ରତିନିଧି ଅନୀଲ ମହାନ୍ତି ଏବଂ ଶୁଭେଚ୍ଛୁ ଶ୍ରୀ ଦାସ୍ ଙ୍କ ଦ୍ଵାରା ଟ୍ରାଫିକ ପୋଲିସ, ସୁଇପର ଓ ଭିକାରୀ ମାନଙ୍କୁ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ବ୍ୟବହୃତ ସାମଗ୍ରୀ ଭର୍ତ୍ତି ଏକ ବ୍ୟାଗ୍ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସମୟରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ବାରିକ, ସଫେଇକର୍ମୀ ଓ ସହରର ଛାତ୍ର ଛାତ୍ରୀ ଙ୍କୁ ନେଇ ସିଭିକ ସେଣ୍ଟର ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଆର୍ଟ ଅଫ ଗିଭିଙ୍ଗ ର ଚଳଚ୍ଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ସମସ୍ତଙ୍କୁ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ଏକ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତ୍ତି ଏକ ବ୍ୟାଗ୍ ପ୍ରଦାନ କରାଯାଇଥିଲା। ସ୍ଥାନୀୟ କଳିଙ୍ଗ ଟିଭି ପ୍ରତିନିଧି ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ସ୍ବାଗତ କରିଥିବା ବେଳେ ଆର୍ଟ ଅଫ ଗିଭିଙ୍ଗ ଡେ ର ଆବାହକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କିଟ୍ ର ସରିତା ସିଂ ମଞ୍ଚ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

Sunil Chandra Nayak

Leave a Comment

error: Content is protected !!