ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପୂଜା କରି ମହିଳା ମାନେ ନିଜ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ ଆୟୁଷ କଲେ କାମନା 

ନବରଙ୍ଗପୁର–(ମସିହା ସାରା ରାଜ୍ୟରେ ଆଜି ସାବିତ୍ରୀ ଅମାବାସ୍ୟା ମହା ଆଡ଼ମ୍ବରରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରି ଥିବା ବେଳେ ଡାବୁଗାଁ ବ୍ଳକ ରେ ମଧ୍ଯ ଅନୁରୂପ ବ୍ରତ ପାଳନ କରିଥିବା ମହିଳା ମାନଙ୍କୁ ଦେଖିବାକୁ ମିଳିଥିଲା l ସମସ୍ତ ଗୃହିଣୀ ମାନେ ଆଜି ଉପବାସ ରହି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ବ୍ରାହ୍ମଣ ଙ୍କ ଦ୍ଵାରା ନୂଆ ଲୁଗା, ବିଭିନ୍ନ ପ୍ରକାର ଫଳ ମୂଳ ଏକ ଡାଲା ରେ ସଜାଡି ନାରିକେଳ, ଧୂପ,ଦୀପ ନେଇ ପୂଜା ସ୍ଥାନରେ ରଖି ଭକ୍ତିଭାବରେ ବସିଥାଆନ୍ତି l ପୂଜା ସରିଲା ପରେ ଠାକୁର ଙ୍କୁ ପ୍ରଣାମ କରି ସାରିବା ପରେ ବ୍ରାହ୍ମଣ ଶିଶିର କୁମାର ପାତ୍ର ଙ୍କୁ ଦକ୍ଷିଣା ଦେଇ ପ୍ରଣାମ ଜଣାଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରି ଥାଆନ୍ତି l ଘରେ ନିଜ ନିଜ ସ୍ୱାମୀ ଙ୍କୁ ପୂଜା ହୋଇଥିବା ନୂଆ ଲୁଗା ପରିଧାନ କରି ପୂଜାର୍ଚ୍ଚନା କରି ପ୍ରଣାମ ନିବେଦନlନ୍ତେ ସ୍ୱାମୀଙ୍କ ଠାରୁ ପାଦୋଦକ ଗ୍ରହଣ କରିସାରିବା ପରେ ଫଳାହାର କରିଥାନ୍ତି lଦିନଟି ଫଳାହାର କରି ପଣା ପାଣି ପିଇ ନିଷ୍ଠା ସହକାରେ ଦିନଟିକୁ କଟାଇଥାନ୍ତି l ପୂର୍ବରୁ ଚଳି ଆସିଥିବା ପ୍ରଥା କୁ ପ୍ରତ୍ୟେକ ସଧବା ନାରୀ ଆଜି ଦିନଟିକୁ ନିଷ୍ଠାର ସହ ପାଳନ କରି ସ୍ୱାମୀଙ୍କର ଦୀର୍ଘାୟୁ ଆୟୁଷ କାମନା କରିଥାନ୍ତି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ , ଅପ୍ରେଲ ସାତ ତାରିଖ ରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା

Sunil Chandra Nayak

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

masiha

ପୂଜାରିଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!