ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସୋସାଇଟି ଫର ସୋସିଆଲ ସୋଲିଡାରିଟି (ସାମାଜିକ ଏକତା ପାଇଁ ସମାଜ ) ତରଫରୁ ଦୁଖୀ ଗରିବ କୁ ସୁଖିଲା ଖାଦ୍ୟ ବଣ୍ଟନ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ବ୍ଲକ ଭାଟିଗାଁ ଗ୍ରାମ ପଂଚାୟତ ରେ ସୋସାଇଟି ଫର ସୋସିଆଲ ସୋଲିଡାରିଟି (ସାମାଜିକ ଏକତା ପାଇଁ ସମାଜ ) ଅନୁଷ୍ଠାନ ତରଫରୁ ଆଜି ୧୨୧ ଗରିବ ପରିବାରଙ୍କୁ ଚାଉଳ,ମଟର ଚଣା,ମିଲ ମେକର ବଡ଼ି,ଚୁଡା,ବିସ୍କୁଟ,ତେଲ ଏବଂ ବିଭିନ୍ନ ସୁଖିଲା ସାମଗ୍ରୀ ପ୍ରଦାନ କରାଯାଇଥିଲା l ସେହିପରି କଦଳୀଜବା ଗ୍ରାମରେ ୮୮ ଅସହାୟ ପରିବାରଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଗୌଡ଼,ପୂର୍ବତନ ସରପଞ୍ଚ ପୁର୍ଣ ଧର ଭତରା ଯୋଗ ଦେଇ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇବା ସହ ତାଙ୍କର ଏପରି ସମାଜସେବା କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସନ୍ତୋଷ ବୈରାଗୀ, ପ୍ରଦୂଷ୍ୟପାଣି,ମିନତୀ ଜାନି,ଗୋବିନ୍ଦ ହରିଜନ ପରିଚାଳନା କରିଥିଲେ l ଶେଷ ରେ ଅନୁଷ୍ଠାନ ର ନିର୍ବାହୀ ଅଧ୍ୟକ୍ଷ ଏସ ଅଶୋକ କୁମାର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ ଏବଂ କୋଷାଗମୁଡା ବ୍ଳକ ନେଇଗାଁ ରେ ଗରିବ ପରିବାରଙ୍କୁ ୨୨ ତାରିଖ ରେ ସୁଖିଲା ଖାଦ୍ୟ ପ୍ରଦାନ କରାଯିବ l ଏହିପରି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅସହାୟ ମନଙ୍କୁ ସହାଯ୍ୟ କରାଯିବ ବୋଲି କହିଛନ୍ତି l ସୋସାଇଟି ଫର ସୋସିଆଲ ସୋଲିଡ଼ାରିଟି (ସାମାଜିକ ଏକତା ପାଇଁ ସମାଜ ) ଅନୁଷ୍ଠାନର ଏପରି କାର୍ଯ୍ୟ ଦେଖି ବିଭିନ୍ନ ମହଲ ରେ ପ୍ରଶଂସା କରିବା ଦେଖିବାକୁ ମିଳିଛି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୋହରା ସରପଞ୍ଚ ଙ୍କ ଇଫ୍ ତାର୍ ପାର୍ଟି

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ନାବାଳିକା ଗୁରୁତର

masiha

ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!