ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ସଂହତି ବିଶ୍ଵ କଲ୍ୟାଣର ଦ୍ୟୋତକ : ରାଜେନ୍ଦ୍ର ପତି

ବ୍ରହ୍ମପୁର, ତା.୧୮/୦୫ :   କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସଭା ପ୍ରକୋଷ୍ଠ ମଧ୍ୟରେ କଳାକାର ସଂହତି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗାୟତ୍ରୀ ଗ୍ରୁପ୍ ଅଫ୍ ଏଜିକେଶନାଲ୍ ଇନ୍ ଷ୍ଟିଚ୍ୟୁସନ୍ ଚେୟାରମେନ ଉତ୍ତମ କୁମାର ପାଣିଗ୍ରାହୀ, ସଙ୍ଗୀତ ମାର୍ତ୍ତଣ୍ଡ ପଣ୍ଡିତ ସିମାଞ୍ଚଳ ଦାସ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ଯୁବ ଅଭିନେତା ଅକ୍ଷୟ କୁମାର ସ୍ବାଇଁ, ବରିଷ୍ଠ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ବରିଷ୍ଠ ଯାତ୍ରା ଅଭିନେତା ରାଜେନ୍ଦ୍ର ମୋହନ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ସଂହତି ବିଶ୍ଵ କଲ୍ୟାଣର ଦ୍ୟୋତକ ବୋଲି ମତବ୍ୟକ୍ତ କରିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କୁ ତାହାଙ୍କ ୬୨ତମ ଜନ୍ମଦିନ ଶୁଭେଚ୍ଛା ଆନୁଷ୍ଠାନିକ ଭାବେ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସର୍ବଶ୍ରୀ ସତ୍ୟ ନାରାୟଣ ଗୌଡ, ଟି ଶାରଦା, ସ୍ଵାତୀଶ୍ରୀ ପଣ୍ଡା, ସୂର୍ଯ୍ୟ ନାରାୟଣ ସାହୁ, ଏନ୍ ଶିବ ଶଙ୍କର ରେଡ୍ଡି, ଜନରଞ୍ଜନ ପ୍ରଧାନ, ଭଗବାନ ବେହେରା, ରମା ବେହେରା, ମାନଗୋବିନ୍ଦ ସାହୁ, ଅନିଲ କୁମାର ଜେନା, ସମାରଜିତ୍ ମହାନ୍ତି, ଧନଞ୍ଜୟ ନାୟକ, ରଜନୀକାନ୍ତ ସାହୁ ପ୍ରମୁଖ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଚିବ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଙ୍କର୍ଷଣ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଅଂଚଳରୁ ଆସିଥିବା କଳାକାର ମାନେ ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶନ କରିଥିଲେ । ସର୍ବଶ୍ରୀ ସଞ୍ଜୟ କୁମାର ବିଷୋୟୀ, ଚନ୍ଦ୍ରଭାନୁ ନାୟକ, କୁନୁ ବେହେରା, ସୁଦାମ ପଟ୍ଟନାୟକ, ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଫୁଲ୍ଲ ବେହେରା, ପ୍ରଦୀପ କୁମାର ସାହୁ, ଗୀତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ନରେନ୍ଦ୍ର ପ୍ରସାଦ ବେହେରା ଙ୍କ ରିପୋର୍ଟ 

Related posts

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

ଜୁନାଗଡ଼, ନୂତନ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!