ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ଯୁବକ ର ମୃତ୍ୟୁ

ଡାବୁଗାଁ, 22/5 (ମ. ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଜଗନ୍ନାଥ ଗୁଡା ଗ୍ରାମର ଧନୁର୍ଯୟ ଦାସ (24) ଙ୍କ ସାପ କାମୁଡ଼ାରେ ରବିବାର ମୃତ୍ୟୁ ଘଟିଛି | ସେ ରାତ୍ରିରେ ଶୋଇ ଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଥିଲା ତାର ସ୍ତ୍ରୀ ଜାଣି ତାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଥିଲେ | ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ଚିକିତ୍ସା ଧୀନ ଅବସ୍ଥା ରେ ଅପରାହ୍ନ ୨ ଘଣ୍ଟା ସମୟରେ ମୃତ୍ୟୁ ଘଟିଥିଲା | ଏନେଇ ମୃତକର ଦାଦା ତୁଳାରାମ ଦାସ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଡାବୁଗାଁ ସବ ଇନ୍ସପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳ ରେ ପହଂଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ସୋମବାର ଶବ ବ୍ୟବଚ୍ଛେଦ ପାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେଶ ନଂ 20/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବାଗପୁର ଗ୍ରାମରେ ଗୌନ୍ତିଆ ବରଣ କଲେ ଗ୍ରାମ ବାସୀ

masiha

ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!