ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡିଶା ରାଜ୍ଯ ଉଜ୍ଜ୍ୱଳା ଦିଦି ସଂଘ

ଭବାନୀପାଟଣା:୨୩/୦୫ – (ମନିସ):- ଗତ ତା ୨୨/୦୫/୨୦୨୩ ରିଖ ଯଥା ସୋମବାର ଦିନ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ କଳାହାଣ୍ଡି ଜିଲ୍ଲା ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ୍ ପ୍ରଦର୍ଶନ କରିଥିଲେ। ଭାରତବର୍ଷରେ ଭାରତ ସରକାରଙ୍କ ଦ୍ଵାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଗ୍ଯାସ ଯୋଗାଇ ଦିଆଗଲା। ଯାହାଫଳରେ କୋଟି କୋଟି ଲୋକ ଉପକୃତ ହେଲେ, ଯାହାକି ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭା ସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି। ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବ ବିଷୟ। ଓଡିଶାରେ ମଧ୍ୟ ଏହି କାର୍ଯ୍ଯକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ଯ ଭାର ଦାୟିତ୍ୱ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢାଇଥିଲେ।

          ଓଡିଶାରେ କାର୍ଯ୍ଯରତ ଉଜ୍ଜ୍ୱଳା ଦିଦିମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ଯ ଉଜ୍ଜ୍ୱଳା ଦିଦି ସଂଘ କଳାହାଣ୍ଡି ଜିଲ୍ଲା ତରଫରୁ ମାନ୍ଯବର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନ୍ଯବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ଯ ଦେବା ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା। ତାହା କାର୍ଯ୍ଯକାରୀ କରାଯିବା, ସମସ୍ତ ଉଜ୍ଜ୍ୱଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା,ଉଜ୍ଜ୍ୱଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନା ରେ ତାଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଟେ। ଉକ୍ତ କାର୍ଯ୍ଯକ୍ରମରେ ଓଡିଶା ରାଜ୍ଯ ଉଜ୍ଜ୍ୱଳା ଦିଦି ସଂଘର ରାଜ୍ଯ ସଂଯୋଜିକା ବୀଣାପାଣି ବେହେରା,ଭାରତୀୟ ମଜଦୁର ସଂଘର ନୂଆପଡା ଓ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ଉଜ୍ଜ୍ୱଳା ଦିଦିମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜିକା ପ୍ରତିମା ମହାନନ୍ଦ, କୁମୁଦିନୀ ମାଝୀ, ସୌଭାଗୀନି ପାତ୍ର, ଝୁମପା ସାହୁ, ସାଗରରୀକା ମାଝୀ,ସୁଶୀଲା ଦାସ, ବିଶ୍ବରଞ୍ଜନ ସା,ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବ୍ଯକ୍ତବ୍ଯ ରଖିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତହସିଲଦାରଙ୍କୁ ଭେଟି ମରୁଡି ଘୋଷଣା ଦାବି କଲେ ଘଣ୍ଟିଗୁଡା ଗ୍ରାମବାସୀ

masiha

ନର୍ଲାରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

Leave a Comment

error: Content is protected !!