ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପଥର ଗଡରେ ଲୁଚି ରହିଥିବା ଇତିହାସର ବାଘ ବାଘୁଆଣି ଶକ୍ତିପୀଠ 

ଢେଙ୍କାନାଳ (ମ ସୀ ହା)୨୨/୦୫_ କଙ୍କଡ଼ାହାଡ଼ ବ୍ଲକ ବାମ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରଗଡ ଗ୍ରାମ । ଏହି ଗ୍ରାମଟି ପାହାଡ ପର୍ବତଘେରା ମଧ୍ୟରେ ରହିଥିବା ଆଦିବାସୀ ବହୁଳ ଗ୍ରାମ। ସତେ ଯେପରି ମା ପ୍ରକୃତିରାଣୀ ସୌନ୍ଦର୍ଯ୍ୟ ବେଶ ହୋଇ ସଜେଇ ରଖିଛି ଏହି ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା ବାଘ ବାଘୁଆଣିଙ୍କ ପାଇଁ। ଏଠାରେ ଶିବ ପାର୍ବତୀ ବାଘ ଓ ବାଘୁଣୀ ରୂପରେ ପୂଜା ପାଇଥାନ୍ତି। ଗ୍ରାମ ବାସୀଙ୍କ କହିବା ଅନୁସାରେ ଏହି ମନ୍ଦିରଟି ଗଡଜାତ ରାଜୁଡ଼ି ଅମଳର। ଏଠିକାର ରାଜା କାରିଗର ଲଗାଇ ମୁଗୁନି ପଥରରେ ନିହଣ ମୁନରେ କାରୁକାର୍ଯ୍ୟଭରା ମନ୍ଦିରଟି ନିର୍ମାଣ କରିଥିଲେ। ଏବେ ଏହି ଇତିହାସର ଅଗନା ଅଗନି ବନସ୍ତ ମଧ୍ୟରେ ଥିବା ମନ୍ଦିରଟି ଭାଙ୍ଗି ମାଟିରେ ମିଶି ଯାଇଛି ।ଭୂମିରେ ପଡ଼ି ରହିଛି ଚ୍ଛିନ୍ନଭିନ୍ନ ହୋଇ ସେ ସମୟର କାରିଗରଙ୍କ ଚିତା କୁଟା ପଥର । ପ୍ରଶାସନ ଠାରୁ ଲୁଚି ରହିଥିବା ଏହି ଇତିହାସର ମନ୍ଦିରଟି ପୁନଃଉଦ୍ଧାର କରିବାକୁ ସରକାରଙ୍କୁ ଗ୍ରାମ ବାସୀ ମାନେ ନିବେଦନ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବିମାନରେ ରାଧାକୃଷ୍ଣଙ୍କ ନଗର ପରିକ୍ରମା 

masiha

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ପାଳିତ

Sunil Chandra Nayak

Leave a Comment

error: Content is protected !!