ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ଗୋଳାମୁଣ୍ଡା/୨୩/୫/ନିର୍ଭୟ, ନିରପେକ୍ଷ //କଳାହାଣ୍ଡି ଜିଲ୍ଲା ଦଶପୁର ଫାଣ୍ଡି ଅଧୀନରେ ଥିବା ଆଜି ମଙ୍ଗଳବାର ଦିନ କୁମ୍ଭାରୀ ବଜାରକୁ ବ୍ୟବସାୟ ପାଇଁ ଆସିଥିବା ଦୁଇ ବ୍ୟବସାୟୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ବ୍ୟକ୍ତି ହେଉଛନ୍ତି ଧର୍ମଗଡ ବ୍ଲକ ଖଇରପଦର ଗ୍ରାମର ପ୍ରବୀଣ ବିହାର ଏବଂ ହିମାଂଶୁ ବିହାର । ସେ ଦୁହେଁ ସପ୍ତାହକୁ ଥରେ କୁମ୍ଭାରୀ ବଜାରକୁ ବ୍ୟବସାୟ କରିବାକୁ ଆସନ୍ତି । ଆଜି ହଠାତ ମହୁମାଛି ଆକ୍ରମଣ କରିଥିଲା । ଆକ୍ରମଣରେ ଅନେକ ଲୋକଙ୍କ କ୍ଷୟକ୍ଷତି ଘଟିଛି ହେଲେ ପ୍ରବୀଣ ଓ ହିମାଂଶୁ ଅଧିକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ ।ଏବେ ବି ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

masiha

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ସମାଜର ଉନ୍ନତି ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ୍

Sunil Chandra Nayak

ଜୁନାଗଡ଼ ସୁରୁଗୁଡାରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!