ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୨୩/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର କମିଟି ସ୍ଥାୟୀ ସଭାପତି ତହସିଲଦାର କୃଷ୍ଣଚନ୍ଦ୍ର ଦାଶ ଙ୍କ ସଭାପତିତ୍ଵରେ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଳିତ ବର୍ଷ କିପରି ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହୋଇଥିଲା | ଜୁନ ୪ ତାରିଖ ଦିନ ସ୍ନାନ ପୂର୍ଣ୍ଣିମା ରେ ଠାକୁରଙ୍କ ସ୍ନାନ ଯାତ୍ରା, ୧୯ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୨୦ତାରିଖରେ ରଥଯାତ୍ରା, ୨୪ ତାରିଖରେ ହେରା ପଞ୍ଚମୀ ଓ ୨୮ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବା ନେଇ ଠାକୁରଙ୍କ ନୀତିକାନ୍ତି ଓ ସମୟ ନିର୍ଘଣ୍ଟ କରାଯାଇଥିଲା | ଏହି ବୈଠକରେ କମିଟି ଉପସଭାପତି ଜି. ଭେଙ୍କେଟଶ୍ଵର ରାଓ, ସମ୍ପାଦକ ଭଗବାନ ମହାନ୍ତି, କୋଷାଧ୍ୟକ୍ଷ ଜି. ସାଇ ରାଜୁ, ଦେବରାଜ ପାତ୍ର, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସବଇନିସ୍ପେକ୍ଟର ବିଜୁରାମ ବାଗ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଲକ୍ଷ୍ମୀକାନ୍ତ ରଥ, ବାବି ଜେନା, ସତ୍ୟରଞ୍ଜନ ପାତ୍ର, ଭଗବାନ ଖୁଣ୍ଟିଆ, କୁନୁ ପାତ୍ର ଓ କମିଟି ସଭ୍ୟ, ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

masiha

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

Sunil Chandra Nayak

Leave a Comment

error: Content is protected !!