ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୨୩/୫- ଜାତୀୟ ରାଜପଥ ୨୬ କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ଆଜି ସନ୍ଧ୍ୟା ୮ ଘଣ୍ଟା ସମୟରେ ଓଡି ୦୮ଏ ୭୫୩୯ ନମ୍ବରର ଏକ ବାଇକରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ରେଙ୍ଗାଳପାଲି ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ। ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ଦୁଇ ଗୁରୁତର ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ଼ ବ୍ଲକ ବଗାଡ଼ ଗ୍ରାମର ଦୀପକ ବାଗ ଓ ଧବଳେଶ୍ବର ଭଇଁସାଲ । ସମ୍ପର୍କରେ ଦୁଇଜଣ ମାମୁଁ ଓ ଭଣଞ୍ଜା ବୋଳି ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରୀ ଜାଗା ଜବରଦଖଲ କୁ ପ୍ରତିବାଦ କରିବାରୁ କଳାହାଣ୍ଡି ଆଟିଗାଁ ଆର ଆଇ ଅଫିସର ପିଅନ କୁ ହତ୍ଯା ମାମଲା

Sunil Chandra Nayak

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତୀ ବ୍ୟାଗ 

masiha

Leave a Comment

error: Content is protected !!