ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

କୋକସରା,୨୩/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମା ଠାକୁରାଣୀ କ୍ଲବ ଆନୁକୂଲ୍ୟରେ ଗ୍ରୀନ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ୧୧/୫ରୁ ଆରମ୍ଭ ହୋଇ ୨୧/୦୫ରେ ଶେଷ ହୋଇଛି। ରବିବାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ରଘୁନାଥ ଖମାରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ , ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ, ୱାର୍ଡ଼ ସଦସ୍ୟ ରିତା ନାଏକ, ସନମତି ପୁଝାରି, ରିତା କଟା, ଦେବିସିଂ ନାଗ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ପର୍ଵରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲରେ ଡୁଡୁକାଠେଙ୍ଗା ମା ଠାକୁରାଣୀ କ୍ରିକେଟ ଦଳ ଓ ମହିମା କ୍ରିକେଟ ଦଳ ମଧ୍ୟରେ ରୋଚକପୂର୍ଣ ଖେଳ ଦେଖିବାକୁ ମିଳିଥିଲା । ଏଥିରେ ଡୁଡୁକାଠେଙ୍ଗା ଦଳ ଚାମ୍ପିୟାନ ହୋଇଥିବା ବେଳେ ଉପସ୍ଥିତ ଅତିଥିମାନେ ଉଭୟ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ଅର୍ଥ ପ୍ରଦାନ କରିଥିଲେ। ଖେଳକୁ ସତ୍ୟ ଧ.ମାଝୀ ଓ ତନୁ ନାଗ ପରିଚାଳନା କରିଥିବା ବେଳେ ଖେଳର ଧାରା ବିବରଣୀ ବିଶ୍ୱ ରଞ୍ଜନ ନାଏକ, ପ୍ରସନ୍ନ ନାଏକ, ଦୁର୍ଯୋଧନ ମାଝୀ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନାରେ ଖଗେଶ୍ବର ପାଣିଗ୍ରାହୀ ସହଯୋଗ କରିଥିଲେ। ମା ଠାକୁରାଣୀ କ୍ଲବର ସଦସ୍ୟ ମାନେ ୧୦ଦିନ ଧରି ଅନୁଷ୍ଠିତ କ୍ରିକେଟ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!