ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁକୁରକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର

କୁକୁରକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର

ରାଇରଙ୍ଗପୁର – ( ରାଇରଙ୍ଗପୁର) ୨୪/୦୮ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁବସା ରେ ଜାତୀୟ ରାଜପଥ ୨୨୦ ନମ୍ବର ରେ ଏକ ଵାଇକରେ ଦୁଇ ଜଣ ରାଇରଙ୍ଗପୁର ଆସୁଥିବା ସମୟରେ ଆଜି ସକାଳେ ହଠାତ୍ ଏକ କୁକୁର ସାମନାପଟେ ଦୌଡ଼ି ପଳାଉଥିବଲା ।ବାଇକ ଚାଳକ ତରବରିଆ ହୋଇ ଭାରସାମ୍ଯ ହରାଇ କୁକୁରକୁ ଧକ୍କା ଦେବା ଫଳରେ ଆରୋହୀ ଦୁଇ ଜଣ ରାସ୍ତାକୁ ଛିଟିକି ପଡ଼ିଥିଲେ ।ସେମାନଙ୍କର ଗୋଡ଼ ଭାଙ୍ଗି ଯାଇଥିବାଵେଳେ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିଲେ ।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର‌ ହସ୍ପିଟାଲ ପହଞ୍ଚାଇ ଥିଲେ ।ଗୁରୁତର ଦୁଇ ଜଣ ହେଲେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ସେକ୍ ଦୁଲାଲ (୫୦) ଏବଂ ସେକ୍ ଆସିଫ ୨୨ ।ସେକ୍ ଦୁଲାଲଙ୍କ ଗୋଡ଼ ଭାଙ୍ଗିଯାଇଛି ।ଉଭୟ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ 

Related posts

ଅଳପୁଆରେ ପୁଣି କୁମ୍ଭୀର ଆକ୍ରମଣ  ନଦୀକୁଳକୁ ବାସନ ମାଜିବାକୁ ଯାଇ ମହିଳା ନିଖୋଜ ଧୋୟାଞ୍ଚଳରେ ଆତଙ୍କ, ତଲାସୀ ଜାରି

masiha

ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର 

ସ୍ୱାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ 

Leave a Comment

error: Content is protected !!