ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମଲା ସଙ୍ଘର ଡାକରାରେ ସାମିଲ ହୋଇ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ କୋକସରା ବ୍ଲକ ଅମଲା କର୍ମଚାରୀ

କୋକସରା,୨୩/୫- କଳାହାଣ୍ଡି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଡାକରାକୁ ସମର୍ଥନ ଜଣାଇ ସୋମବାର କୋକସରା ବ୍ଲକର ଅମଲା କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ସଙ୍ଘ ତରଫରୁ ଦିଆ ଯାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରତିବାଦ କରିଛନ୍ତି। ସଙ୍ଘର ଦାବି ଅନୁସାରେ ଗ୍ରେଡ ପେ ଲେବଲ ୪ କର୍ମଚାରୀଙ୍କୁ ଗ୍ରେଡ ୯ ଲେବଲକୁ ବୃଦ୍ଧି କରିବା ନେଇ ପ୍ରମୁଖ ଦାବି ରହିଛି। ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅମଲା କର୍ମଚାରୀ ମାନେ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ । ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନନିଅନ୍ତି ତାହେଲେ ଜୁନ ୧ ତାରିଖରୁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। କୋକସରା ଅମଲା କର୍ମଚାରୀ ସଂଘ ପକ୍ଷରୁ ବ୍ଲକ, ତହସିଲ ଓ ଶିକ୍ଷା ବିଭାଗରେ କାର୍ଯ୍ୟରତ ଅମଲା କର୍ମଚାରୀ ବିଜୟ ଚନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ନାଗ, ରାଜୀବ କୁମାର ନାଏକ, ମିହିର କୁମାର ବେହେରା, ସୁଶାନ୍ତ ମହାପାତ୍ର, ଚିନ୍ତାମଣି ସତନାମୀ, ରୁକଚନ ପାତ୍ର, ଲିଲାନିଧି ପାଟ୍ଟଯୋଷୀ, ସୁବାଷ ଚନ୍ଦ୍ର ରାଉତ, ତନୁର୍ଯ୍ୟ ପଟ୍ଟନାୟକ ଓ ପ୍ରତାପ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହାବୀରରୋଡ଼ ଫାଣ୍ଡି କୁ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

ଭାଲୁ ଆକ୍ରମଣରେ ନାବାଳକ ଆହତ 

masiha

Leave a Comment

error: Content is protected !!