ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ୧୧ଜଣ କଳାକାର ଆଜି ଜାପାନ ଟୋକିଓ ଗସ୍ତକରି ସେଠାରେ ବିଭିନ୍ନ ସହରରେ ସାତଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜୁନ ୪ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ମହାବୀର ସାଂସ୍କୃତି ଅନୁଷ୍ଠାନର ପକ୍ଷରୁ ଏକ ସାମ୍ବାଦିକ ସଂମିଳନୀ ରେ ଅନୁଷ୍ଠାନ ର ସଭାପତି ଜୟନ୍ତ ବେହେରା ପ୍ରକାଶ କରିଛନ୍ତି ।

ଜାପାନର ଓସାକାରେ ଅବସ୍ଥିତ କନ୍ ସୁଲେଟ ଜେନେରାଲ ଏବଂ ଟୋକିଓ ର ଇଣ୍ଡିଆନ କାଉନ୍‌ସିଲ ଅଫ୍ କଲ୍‌ଚର ଓ ଜାପାନରେ ବସତି ସ୍ଥାପନ କରୁଥିବା ଓଡିଆ ସମାଜ ତରଫରୁ ଆମନ୍ତ୍ରିତ ହୋଇ ଅନୁଷ୍ଠାନର କଳାକାର ମାନେ ଓଡିଶାର ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା ରୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ଜାପାନ ଯାଇ ନିଜର କଳା ପ୍ରଦର୍ଶିତ କରିପାରିବେ ଏବଂ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ପୂର୍ବରୁ ମଧ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାର ମନେ ବିଭିନ ଦେଶ ବିଦେଶକୁ ଯାଇ ନିଜର ଚମତ୍କାର ଘୁମୁରା ଓ ବଜାସାଲ, ନୃତ୍ୟପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆଜିର ୧୧ ଜଣିଆ କଳାକାରଙ୍କ ମଧ୍ୟରେ ସୁଶାନ୍ତ କୁମାର ସିଂହ,ପ୍ରଦୀପ କୁମାର ସିଂହ,ବିଷ୍ଣୁ ପ୍ରଧାନ,କ୍ଷୀରସିନ୍ଧୁ ନାଏକ,ଧୀରେନ୍ଦ୍ର ପୋଢ଼,ଟିଙ୍କୁ ମାଝୀ,କୁମାରୀ ଆଶ୍ୱାସନା ପଟ୍ଟନାୟକ,କୁମାରୀ ନିହାରିକ ନାଏକ,କୁମାରୀ ଶତାଦ୍ଧି ନାଏକ,ପାୟଲ ବେହେରା,ସଞ୍ଜୟ କୁମାର ଦଳର ଲିଆସିନ ଅଫିସର ରହିଛନ୍ତି। ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୟନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ମନୋଜ ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ,ପ୍ରଫେସର ଅଜୟ କୁମାର ମିଶ୍ର ଉପସ୍ଥିତ ରହି ଥିଲେ।ସାଂସ୍କୃତିକ ଦଳର ସୁରକ୍ଷିତ ଓ ସଫଳ ଯାତ୍ରା ପାଇଁ ମା ମାଣିକେଶ୍ଵରୀ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

Sunil Chandra Nayak

Leave a Comment

error: Content is protected !!