ହିନ୍ଦ୍ ମଜଦୁର ସଭା ର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରାଉରକେଲା : ସମ୍ବଲପୁର ର ଓଡ଼ିଶା ସାଂସ୍କୃତିକ ସମାଜ ପ୍ରେକ୍ଷାଳୟ ରେ ହିନ୍ଦ୍ ମଜଦୁର ସଭା ର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ହିନ୍ଦ୍ ମଜଦୁର ସଭା ର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ,ଉପଦେଷ୍ଟା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଓଡ଼ିଶା ର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ପୂର୍ବତନ ବିଧାୟିକା ତଥା ଇବ୍ ଭେଲି କୋଇଲା ମଜଦୁର ସଭା ର ସାଧାରଣ ସମ୍ପାଦିକା ଅଳକା ମହାନ୍ତି, କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଉପସାଧାରଣ ସମ୍ପାଦକ ଗୋକୁଳ ମେହେର, ଲକ୍ଷ୍ମୀଧର ସାହୁ ମଞ୍ଚାସୀନ ଥିଲେ। ବୈଠକରେ ରାଜ୍ୟ ର ସମସ୍ତ କ୍ଷେତ୍ରରେ ସଂଗଠନ ର ଦାୟିତ୍ୱ ରେ ଥିବା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ନିଜ ଭାଷଣରେ କହିଥିଲେ ଯେ ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ଶ୍ରମିକ ମାରଣା ନିତି ଅତି ମାତ୍ରାରେ ବଢ଼ିବାରେ ଲାଗିଛି ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ ଆଣିଛନ୍ତି ତାହା ନିଶ୍ଚିତ ରୁପେ ଶ୍ରମିକ ଙ୍କ ହିତ ଅପେକ୍ଷା କ୍ଷତି ବହୁତ ହେବ। ସେଥିପାଇଁ ରାଜ୍ୟ ସରକାର ଯଦି ସଂଗଠନ ସହିତ ବିନା ଆଲୋଚନା ରେ ଏ ସମସ୍ତ ନିୟମ ଲାଗୁ କରିବା ପାଇଁ ଚେଷ୍ଟା କରିବେ ତାହାହେଲେ ହିନ୍ଦ୍ ମଜଦୁର ସଭା ଦୃଢ଼ ବିରୋଧ କରିବ। ଅତି ଶୀଘ୍ର ସଂଗଠନ ର ସମ୍ମିଳନୀ କରିବା ପ୍ରସ୍ତାବ ଆଗତ କରିଥିଲେ। ସାଂଗଠନିକ ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଙ୍କୁ ଅନୁଶାସନ ଏବଂ ଶୃଙ୍ଖଳା ରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ମହାନଦୀ କୋଲ ଫିଲ୍ଡ ର କର୍ତ୍ତୃପକ୍ଷ ,ଏଚ୍.ଏମ୍.ଏସ୍ ତଥା କୋଇଲା ଖଣି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ର ପ୍ରତିକାର ଦିଗରେ ଅବହେଳା କରୁଥିବା ଏବଂ ବିଭିନ୍ନ ଆପତ୍ତି ଅଭିଯୋଗ ପ୍ରତି ଗୁରୁତ୍ବ ଦେଉନଥିବାରୁ ଘୋର ଉଦବେଗ ପ୍ରକାଶ କରାଯାଇଥିଲା। ଏଥିଯୋଗୁଁ ସର୍ବସମ୍ମତିକ୍ରମେ ଜୁଲାଇ ୧୫ ତାରିଖ ସୁଦ୍ଧା ଏସବୁର ପ୍ରତିକାର ପାଇଁ ପ୍ରତିବାଦ ପାଇଁ ଏମସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ବୁର୍ଲା ସ୍ଥିତ ଅଫିସ ଠାରେ ଏକ ବିରାଟ ଗଣଧାରଣା ଦିଆଯିବ। ସେହିପରି ରାଜ୍ୟରେ ଶତକଡା ୬୬% ଠିକା ଶ୍ରମିକ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ, ରାଜ୍ୟ ରେ ଅଧିକ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ ଅନୁଯାୟୀ ଆଗାମୀ ଦିନରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ହୋଇଥିଲା।ଏଥିସହ ସରକାର ଲଘୁବନ ଜାତ ଦ୍ରବ୍ଯ ଯଥା ଶାଳ ମଞ୍ଜି, ମହୁଲ ଓ ଟୋଲ ସର୍ବନିମ୍ନ ସହାୟକ ମୂଲ୍ୟ ରେ କରିବାକୁ କୈଣସି ବ୍ୟବସ୍ଥା କରିନାହାନ୍ତି, ତେଣୁ ଏହି ଶ୍ରେଣୀର ଶ୍ରମିକ ମାନେ ସେମାନଙ୍କର ଜୀବନ ଜୀବିକା ରୁ ବଞ୍ଚିତ ହେଉଛନ୍ତି। କେନ୍ଦୁ ପତ୍ର ତୋଳାଳି ମାନଙ୍କୁ ବର୍ଦ୍ଧିତ ଦରରେ ପତ୍ର ଦର ଦେବା ସହ ବୋନସ ଏବଂ ସର୍ବନିମ୍ନ ମଜୁରୀ ଅନୁଯାୟୀ କର୍ମଚାରୀମାନଙ୍କୁ ଦରମା ପ୍ରଦାନ, କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ କୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟ ହିନ୍ଦ୍ ମଜଦୁର ସଭା ର ବିଧିବଦ୍ଧ ପ୍ରତିନିଧି ସମ୍ମୀଳନୀ ଆସନ୍ତା ଜୁଲାଇ ମାସ ସୁଦ୍ଧା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମ୍ମୀଳନୀ ତାଳଚେର ଠାରେ ଅନୁଷ୍ଠିତ ହେବାକୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ସମ୍ମୀଳନୀ ପାଇଁ ତାଳଚେର ବିଧାୟକ ଶ୍ରୀ ପ୍ରଧାନ ଙ୍କୁ କମିଟି ର ଅଧ୍ୟକ୍ଷ କରାଯାଇଥିଲା। ମହିଳା ଙ୍କୁ ୩୩% ଭାଗ କାର୍ଯ୍ୟକାରିଣୀ କମିଟି ରେ ସ୍ଥାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଥିପାଇଁ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଙ୍କୁ ମହିଳା ସାଂଗଠନିକ ଦାୟିତ୍ଵ ଦିଆଯାଇଥିଲା। କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ହୋଇଥିବା ଆକ୍ରମଣ କୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା। ଏ ସମସ୍ତ ବିଷୟରେ ମଞ୍ଚାସୀନ ନେତୃବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଗୁଣନିଧି ବଳ, ଅକ୍ଷୟ କୁମାର ନାୟକ,ଯୁଗଳ କିଶୋର ନାୟକ, ସଂପାଦକ ତ୍ରିଲୋଚନ ପ୍ରଧାନ, ସଞ୍ଚିତ ମହାନ୍ତି, ମହମ୍ମଦ ମୃତୁଜା, ଭୂବନାନନ୍ଦ ମହାପାତ୍ର, ପ୍ରମୋଦ କୁମାର ଦାସ,ଅରୁଣ ସ୍ବାଇଁ,ପବିତ୍ର ବିଶ୍ଵାଳ, ପ୍ରଦୀପ କୁମାର ଦାସ, ସଞ୍ଚିତ ପଲାଇ, ପ୍ରକାଶ କୁଣ୍ଡୁ,ଜ୍ଞାନରଞ୍ଜନ ଦାସ, କୁଳମଣୀ ଦାସ,ରୁଦ୍ରାଣୀ ନାଥ, ଅର୍ଜୁନ ନାୟକ, ବାସୁଦେବ ସାହୁ, ନିର୍ମାଣ ଶ୍ରମିକ ମହାସଭା ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାଶ, ବାରବୁଲା ଖଣ୍ଡୁଆଳ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ତ୍ରିପାଠୀ, ଦେବ ଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଇଶ୍ଵର ଭଞ୍ଜ,ଚୁମନ ପ୍ରଧାନ, ସ୍ନେହଲତା ବାରିକ,ପାକିଜା ବେଗମ, ମମତା ନାୟକ, ସୁବ୍ରତ ପଣ୍ଡା,ରୁଦ୍ର ମେହେର,ଯୋଗୀନ୍ଦ୍ର ବେହେରା, ଶଦାଶିବ ବିସି,ସୁସିମ ଦାସ,ରାମେଶ୍ବର ଯାଦବ,କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

