ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ,ଜଣେ ମୃତ

ମୟୂରଭଞ୍ଜ -୨୭/୫ (ମସିହା) ଆସିଥିଲେ ଵରଯାତ୍ରୀ ହୋଇ, ଫେରିଲେ ଶବ ହୋଇ ।ଆସିଥିଲେ ଖୁସି ମନାଇବାକୁ ଫେରିଲେ ଆଖିରେ ପୁଳାଏ ଲୋତକ ଗଡ଼ାଇ ।ସତେ ଯେମିତି ଯମ ଜଗିଥିଲା ଶ୍ଶଶାନ ଘାଟରେ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମି ବ୍ଳକର ଜୟପୁରୁଣିଆ ଗ୍ରାମ ଶ୍ଶଶାନ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଗାଡି ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଵା ଫଳରେ ଜନୈକ ବରଯାତ୍ରୀ ଗାଡ଼ି ତଳେ ପଡିଯାଇ ମୃତ୍ୟୁ ବରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମି ଗ୍ରାମକୁ ବାହାଘର ଉତ୍ସବରେ ଯୋଗଦେଇଥିଲେ।ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଗାଡ଼ିଟି ଭାରସାମ୍ୟ ହରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ତାଙ୍କର ନାମ ସଂଜୟ ଚୌଧୁରୀ (୨୮) । ପୋଲିସ ମୃତକଙ୍କୁ ଉଦ୍ଧାର କରି ଅପମୃତ୍ୟୁ ମାମଲା କେଶ ନମ୍ବର ୭୮ /୨୩ ରୁଜୁ କରିବା ସହ ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି । ସେଠାରେ ପୋଲିସ ଶବକୁ ବ୍ୟବଛେଦ କରାଇବା ସହ  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

Sunil Chandra Nayak

Leave a Comment

error: Content is protected !!