ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ନବରଙ୍ଗପୁର ଜିଲ୍ଲା : ସ୍ନାତକୋତ୍ତର ଶ୍ରେଣୀ ଗୋଟିଏ ବି ନାହିଁ ଉଦ୍ୟମ ମଧ୍ୟ ନାହିଁ

ତେନ୍ତୁଳିଖୁଣ୍ଟି ୨୭/୦୫/୨୩ – ନବରଙ୍ଗପୁର ଜିଲ୍ଲାରେ ଦଶ ଗୋଟି ବ୍ଲକ ମଧ୍ୟ ରୁ ପାପଡାହାଣ୍ଡି କୋଷା ଗୁମୁଡା ଓ ତେନ୍ତୁଳିଖୁଣ୍ଟି ବ୍ୟତୀତ ଅନ୍ୟ ସାତ ଟି ଯାକ ବ୍ଲକ ରେ ଯୁକ୍ତ ୩ ରହିଛି କିନ୍ତୁ ସ୍ନାତକୋତ୍ତର ଶ୍ରେଣୀ କେଉଁଠି ବି ନାହିଁ। ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ର ସର୍ବ ପୁରାତନ ମହାବିଦ୍ୟାଳୟ ବିନୋଦ ବିହାରୀ ମହା ବିଦ୍ୟାଳୟ ସ୍ଥାପନ ହୋଇ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଲାଣି ଅଥଚ ସରକାରୀ କଲେଜ ର ମାନ୍ୟତା କି ସ୍ୱୟଂ ଶାସିତ କଲେଜ ର ମାନ୍ୟତା ମିଳି ପାରିଲାନି। ଜୟପୁର ସ୍ଥିତ ବିକ୍ରମ ଦେବ କଲେଜ ବିଶ୍ୱ ବିଦ୍ୟାଳୟ ର ମାନ୍ୟତା ପାଇ ସାରିଲା ପରେ ନବରଙ୍ଗପୁର ବିନୋଦ ବିହାରୀ କଲେଜ କୁ ଆଉ ସ୍ୱୟଂ ଶାସିତ କଲେଜ ମାନ୍ୟତା ମିଳିବା ଆଶା ମଉଳି ଯାଇଛି। କଥା ହେଲା ସ୍ନାତକୋତ୍ତର ଶ୍ରେଣୀ ଜୟପୁର ମହିଳା ମହାବିଦ୍ୟାଳୟ ରେ ଖୋଲିଛି ଅଥଚ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ମହାବିଦ୍ୟାଳୟ ରେ ଖୋଲିନି। ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଆସିଥିଲେ ଆଶା ଥିଲା କିଛି ସକାରାତ୍ମକ ଫଳ ମିଳିବ । କିନ୍ତୁ ନିକଟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଚିଠି ନମ୍ବର 1111/16/05/23 ପ୍ରକାରେ ଗଞ୍ଜାମ ଜିଲ୍ଲା ପୋଲସରା ମହାବିଦ୍ୟାଳୟ ପାଇଁ ପାଞ୍ଚଟି ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅନୁମତି ମିଳିଛି । ଇତିହାସ , ଓଡ଼ିଆ ,ରାଜନୀତି ବିଜ୍ଞାନ ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ । ଅଥଚ ନବରଙ୍ଗପୁର ବିନୋଦ ବିହାରୀ ମହାବିଦ୍ୟାଳୟ ର 50 ବର୍ଷ ପୂର୍ତ୍ତି ଉତ୍ସବ କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଆସି ସମ୍ବର୍ଦ୍ଧିତ ହୋଇ ଗଲେ କିନ୍ତୁ କୌଣସି ସକାରାତ୍ମକ ଫଳ ଏଯାବତ ମିଳିନି । ବି ଇ ଡି କଲେଜ ପାଇଁ କୋଠା ନିର୍ମାଣ ହୋଇ ଚାରି ବର୍ଷ ବିତିଲାଣି ଏନ ସି ଟି ଇ ର ଅନୁମତି ମିଳିନି କି ରାଜ୍ୟ ସରକାର ଏଥିିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି। ରାଜ୍ୟ ର ଅନୁସୂଚିତ ଅଞ୍ଚଳ ଭାବେ ରାଜନୀତି ରେ କେବଳ ବିଧାନସଭା ,ଲୋକସଭା ଓ ତ୍ରି ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ରେ ଆସନ ଜନଜାତି ଙ୍କ ପାଇଁ ସଂରକ୍ଷିତ ରହିଛି ଅଥଚ ସେହି ବର୍ଗ ର ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନି।     

 ନବରଙ୍ଗପୁର ଜିଲ୍ଲା କୃଷି ସମୃଦ୍ଧ ତଥା କୃଷି ନିର୍ଭରଶୀଳ ଜିଲ୍ଲା ହୋଇଥିବା ବେଳେ ଏଠାରେ କୃଷି କ୍ଷେତ୍ର ରେ ଆଧୁନିକ କୌଶଳ ପ୍ରୟୋଗ ତଥା ଏହି ଅଞ୍ଚଳ ଅନୁକୂଳ ବିଭିନ୍ନ ବିହନ ର ବିକାଶ ପାଇଁ କୃଷି ମହାବିଦ୍ୟାଳୟ ର ଆଵଶ୍ୟକତା ରହିଛି।  

       ରାଜ୍ୟରେ ଅବହେଳିତ ଜିଲ୍ଲା ଅବିଭକ୍ତ କୋରାପୁଟ ଥିବା ବେଳେ ଅବିଭକ୍ତ କୋରାପୁଟ ର ଚାରିଟି ଜିଲ୍ଲା ମଧ୍ୟରୁ ସବୁଠୁ ଅଭିଶପ୍ତ ତଥା ଅବହେଳିତ ଜିଲ୍ଲା ନବରଙ୍ଗପୁର। ଉଚ୍ଚଶିକ୍ଷା ପାଇଁ ତ କିଛି ସୁବିଧା ନାହିଁ ,ଏଠି ବୈଷୟିକ ଶିକ୍ଷା ଦେଇ ଏହି ଅଞ୍ଚଳ ର ଗରିବ ତଫସିଲ ଭୁକ୍ତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପରେ ଆତ୍ମନିର୍ଭରଶୀଳ ହେବା ସୁଯୋଗ ମଧ୍ୟ କେବଳ ଗୋଟିଏ ସରକାରୀ ପଲିଟେକ୍ନିକ କଲେଜ ଓ ଦୁଇଟି ଆଇ ଟି ଆଇ । ସେଥିରେ ପୁଣି ଟିଚିଙ୍ଗ ଷ୍ଟାଫ ଅଭାବ ଯୋଗୁଁ ଉପଯୁକ୍ତ ଶିକ୍ଷା ରୁ ଅଞ୍ଚଳବାସୀ ବଞ୍ଚୀତ ହେଉଛନ୍ତି। ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ନ ଖୋଲିବା ପାଇଁ ଦାୟୀ କିଏ ? ରାଜନେତା ନା ଜନତା ନା ଭିତ୍ତିଭୂମି ନାହିଁ ! ସମୀକ୍ଷା ଆବଶ୍ୟକ। ମାଲକାନଗିରି ଜିଲ୍ଲା ମୁଖ୍ୟମନ୍ତ୍ରୀ ଙ୍କ ଫୋକ ସ ଜିଲ୍ଲା ଓ ନିକଟ ଭବିଷ୍ୟତ ରେ ସିମେଣ୍ଟ କାରଖାନା ଖୋଲିବା ଥିବା ରୁ ସେଠାରେ ମେଡ଼ିକାଲ କଲେଜ ପି ପି ପି ମୋଡ଼ ରେ ଖୋଲି ପାରେ। ରାୟଗଡା ରେ ମେଡ଼ିକାଲ କଲେଜ ପାଇଁ ମତାମତ ଲୋଡ଼ାଯାଇଛି ଏତଦ୍ଭିନ୍ନ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ସେଠାରେ ବର୍ଷେ ଦୁଇ ବର୍ଷ ମଧ୍ୟରେ ମେଡ଼ିକାଲ କଲେଜ ଖୋଲିଯିବ । କୋରାପୁଟ ରେ ତ ଖୋଲିସାରିଛି।

 ନବରଙ୍ଗପୁର ଏମ ପି ରମେଶ ମାଝୀ ଙ୍କୁ ନବରଙ୍ଗପୁର ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପଚାରିବାରେ କହିଲେ ନବରଙ୍ଗପୁର ମହିଳାମହା ବିଦ୍ୟାଳୟ ରେ ସ୍ନାତକୋତ୍ତର ପାଇଁ ଟିମ ଆସି ଦେଖି ଯାଇଛନ୍ତି ଖୁବଶୀଘ୍ର ସକାରାତ୍ମକ ଫଳ ମିଳିପାରେ। ବୈଷୟିକ ଶିକ୍ଷା , ଫର୍ମାସୀ କଲେଜ ,କୃଷି ମହାବିଦ୍ୟାଳୟ , ସ୍ୱାସ୍ଥ୍ୟ ସମ୍ପର୍କିତ ବୈ ଷ ୟି କ ତାଲିମ କେନ୍ଦ୍ର ଆଦି ଖୋଲିବା ଦାବୀ ପାଇଁ ଏକ କମିଟି କରିଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦାବୀ ଜଣାଇବୁ। ନିଶ୍ଚୟ ଆସନ୍ତା ଶିକ୍ଷା ବର୍ଷ ରେ କିଛି ଦାବୀ ପୂରଣ ହେବା ଆଶା ରହିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୨ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ସଂକୀର୍ଣ୍ଣ ପୋଲ ସାଜିଲା ଦୁର୍ଘଟଣାର କାରଣ, ଟ୍ରକ ଚାପାରେ ବାଇକ୍ ଆରୋହୀଙ୍କ ଜୀବନ ଗଲା

Sunil Chandra Nayak

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

masiha

Leave a Comment

error: Content is protected !!