ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

 ଡାବୁଗାଁ, ୨୭/୫ (ମ.ନି.ସ.)- ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ର ଧାମନାଗୁଡା ପଞ୍ଚାୟତ ଅଧୀନ ଏକମ୍ବା ଗ୍ରାମର କମଳଲୋଚନ ଚଲାନ ଓ ସ୍ତ୍ରୀ ପିଙ୍କି ଚଲାନ ଙ୍କ ୩ ଟି ପୁତ୍ର ସନ୍ତାନ ନେଇ ଏକ ସୁଖୀ ପରିବାର | କମଳଲୋଚନ ପ୍ରତିଦିନ କୁଲି ମଜୁରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି | ୨ ବର୍ଷ ତଳେ ୩ ୟ ପୁତ୍ର ପ୍ରଦୀପ ଚଲାନ ଙ୍କ ଜନ୍ମ ହୋଇଥିଲା | ଜନ୍ମ ପରେ ୧ ବର୍ଷ ପରିବାର ହସ ଖୁସି ର ସହ ଚାଲିଥିଲା | କିନ୍ତୁ ବର୍ଷକ ପରେ ୩ ୟ ପୁତ୍ର ପ୍ରଦୀପଙ୍କ ଅଣ୍ଡକୋଷ ଧୀରେ ଧୀରେ ବୃଦ୍ଧି ଘଟିଥିଲା | ମାତା ପିତା ପୁତ୍ରକୁ ଧରି ପ୍ରଥମେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ | କିଛି ଦିନ ଚିକିତ୍ସା ପରେ ଡାକ୍ତର ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ | କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲେ | ସେଠାରେ କିଛି ଦିନ ଚିକିତ୍ସା ପରେ ଅର୍ଥାଭାବରୁ ପୁଅ କୁ ଧରି ନିଜ ଘରକୁ ଚାଲି ଆସିଥିଲେ କମଳଲୋଚନ | ଯଦି ସରକାରୀ ସାହାଯ୍ୟ ମିଳେ ତାହାହେଲେ ଶିଶୁଟିର ଅସ୍ତ୍ରୋପ୍ରଚାର କରିପାରିବେ ବୋଲି କମଳଲୋଚନ ନିବେଦନ କରିଛନ୍ତି | ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ଫିରୋଜ ବାଘ ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମକୁ ଆମର ଟିମ ପଠାଇ ଶିଶୁଟିର ଅସ୍ତ୍ରୋପ୍ରଚାର ପାଇଁ ବ୍ରହ୍ମପୁର ପଠାଇବା ପାଇଁ ବ୍ୟବସ୍ଥା କରାଯିବ | ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଶିଶୁଟିର ମାଗଣା ଚିକିତ୍ସା କରାଯିବ ବୋଲି କହିଥିଲେ ।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷୟତ୍ରୀ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଅବହେଳାରୁ ଦଶମ ଶ୍ରେଣୀର ଛାତ୍ର ନିଲାବାଡି ଦେଖିବାକୁ ଆସି ବାଇକ୍ ଦୁର୍ଘଟଣାରେ ଗୁରୁତର ଚିକିତ୍ସା ପାଇଁ ବିଶାଖାପାଟଣା କେଜିହେଚ ମେଡିକାଲରେ ଭର୍ତ୍ତି, ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ

Sunil Chandra Nayak

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!