ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

ଥୁଆମୂଳ ରାମପୁର: (ମନିସ):-୨୮/୦୫-ଭୁବନେଶ୍ବର ସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶାଭାସ୍କରର ମୁଖ୍ୟ ସଂପାଦକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇଥିବା ଚାରିଶହରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ ! ଏଥିରେ ଓଡ଼ିଶାଭାସ୍କର ସଂପାଦନା ବିଭାଗ ମୁଖ୍ୟ କୌସ୍ତୁଭ ଦାସ ସଭା ପରିଚାଳନା କରିଥିବାବେଳେ ଅବିନାଶ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ! ଏଇ ଅବସରରେ ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ! ସୂଚନାଯୋଗ୍ୟ, ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀ ବାଗ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ସହିତ ଓଡ଼ିଶାଭାସ୍କର ଡିଜିଟାଲ ଗଣମାଧ୍ୟମକୁ ଜିଲ୍ଲାରେ ଏକ ଆଗଧାଡ଼ିର ଗଣମାଧ୍ୟମ ଭାବରେ ପରିଚିତି ଆଣି ଦେଇଛନ୍ତି ! ସେହିପରି ସମସ୍ୟା ବହୁଳ, ମାଓ ଉପଦ୍ରୁତ ଦୁର୍ଗମ ଅଞ୍ଚଳରେ ନିର୍ଭୀକତାର ସହିତ ସାମ୍ବାଦିକତା କରି ସରକାର ଓ ପ୍ରଶାସନ ନିକଟରେ ଏକ ସେତୁ ପାଲଟିଛନ୍ତି ! ତାଙ୍କ ସମ୍ବର୍ଦ୍ଧନା ଖବର ମିଳିବା ମାତ୍ରେ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ତାଙ୍କସହ ମଞ୍ଚ ରେ ନରଲା ପ୍ରତିନିଧି ଚିନ୍ତାମଣି ନାୟକ ଲାଞ୍ଜିଗଡ ପଟିନିଧି ସୁଶିଲ ବାଗ କଲମପୁର ପତିନିଧି ଅଜିତ ପୁଝାରୀ ଓ ଗୋଲାମୁଣ୍ଡା ପ୍ରତିନିଧି ଅସ୍ପିନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ବୈଠକ ଅନୁଷ୍ଠିତ

masiha

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ଶ୍ରାଦ୍ଧ ଉତ୍ସବ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!