ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର 

 ମୟୂରଭଞ୍ଜ-:୨୮/୫(ମସିହା) ଜାତୀୟ ୪୯ ନମ୍ବର ରାଜପଥ ବିଶୋଇ- ଯଶିପୁର ମରଣଯନ୍ତା ।ପ୍ରତି ସପ୍ତାହରେ ଜଣେ ନା ଜଣଙ୍କର ମୁଣ୍ଡ ଗଡୁଛି ।ସଡକ ସୁରକ୍ଷା ନିଜକୁ ରକ୍ଷା ଏଠାରେ ଯେତେ ସଚେତନତା ବାର୍ତ୍ତା ଦେଲେ ମଧ୍ୟ ସବୁକିଛି ଫୁ !ଅକାଳରେ ଚାଲି ଯାଉଛି ଧନ ଜୀବନ ।ପରିବାର ସର୍ବସ୍ବାନ୍ତ ହେଉଛନ୍ତି । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଜାମିରଡିହା ସ୍ଥିତ ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ OD 11 A 6703 ନମ୍ବର ର ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ରାସ୍ତା କଡରେରେ ଛିଡ଼ା ହୋଇଥିବା ସମୟରେ ପଛ ପଟୁ ଯାଉଥିବା OR 01 S 4824 ନମ୍ବର ବାଇକ୍ ରେ ଯାଉଥିବା ଦୁଇ ଆରୋହୀ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟି ହୋଇ ଟ୍ରକ୍ ତଳେ ପଡ଼ି ଯାଇଥିଲେ। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁଙ୍କ(୪୨) ଙ୍କ ର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସେହି ଗ୍ରାମର ଚରଣ ମୁର୍ମୁ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ପରେ ବିଶୋଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ବାଇକକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ମାଇନା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲା ଆଦିବାସୀ କଲ୍ୟାଣ ସଂଘ୍ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!