ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

ଡାବୁଗାଁ, ୨୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ବୀମାରାଶି ସୋମବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ସିନ୍ଧିଭଟାଗୁଡା ଗ୍ରାମର ସରାବଣି ଶବର ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ |୧୫.୦୫.୨୦୨୧ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ୧.୧୧.୨୦୨୧ ଦିନ ନିଜ ଘରେ ସରାବଣି ଙ୍କର ପ୍ରସବ ହୋଇ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ | ପ୍ରସବ ହେବା ପରେ ୯.୧୧.୨୦୨୧ ଦିନ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା | ଏହାପରେ ସରାବଣିଙ୍କ ସ୍ଵାମୀ ସଗ୍ରାମ ଶବର ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା ସଗ୍ରାମ ଶବରଙ୍କ ଜମାଖାତାରେ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ ସଗ୍ରାମ ଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ଅଜିତ ବେରିହା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ଆନ୍ତର୍ଜାତିୟ ଯୋଗ ଦିବସ 

masiha

ଖଡ଼ିଆଳରେ ୨ କୋଟି ୫୭ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟିତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!