ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଇଟିଡିଏର ଆଦିବାସୀ ବିକାଶ ପ୍ରତି ଅଣଦେଖା ନେଇ ଭଂଜସେନାର ଦେଢ଼ ଘଣ୍ଟିଆ ଧାରଣା

ମୟୂରଭଞ୍ଜ -୨୯/୫ (ମସିହା) ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆର୍ଥିକ,ବିଜୁଳି ପାନୀୟ,ଆତ୍ମ ନିର୍ଭରଶୀଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଠନ କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ବିଭିନ୍ନ ପ୍ରକଳ୍ପରେ,ସଚେତନତା ରେ ଖର୍ଚ୍ଚ କରାଯାଉଛି । ଆଦିବାସୀ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ବିହନ,ସାର ଔଷଧ, ଉଦ୍ୟାନ ମତ୍ସ୍ୟ, ପଶୁପାଳନ ଲାଖ,ଟସର,ରଵର,ମହୁ,ପରିବା,ମାଣ୍ଡିଆ ଚାଷ, କୁକୁଡ଼ା, ପଶୁପାଳନ,ଛତୁ ଚାଷ,ବଢ଼ି,ପାମ୍ପଡ,ଧୂପ କାଠି, ଦ୍ଵାରା ଆଦିବାସୀଙ୍କ ଆର୍ଥିକ ଉନ୍ନତି, ଶିକ୍ଷା କ୍ଷେତ୍ରରେ ଆବାସିକ ବିଦ୍ୟାଳୟ, ଧନ୍ଦାମୂଳକ ତାଲିମ,, ନିଯୁକ୍ତି ବିଭାଗ ତାଲିମ, କମ୍ପ୍ୟୁଟର ଶିକ୍ଷା,ସିଲେଇ ଶିକ୍ଷା,ସୈନିକ ବିଭାଗରେ ନିଯୁକ୍ତି ପାଇଁ ତାଲିମ ଗମନାଗମନ କ୍ଷେତ୍ରରେ ପୋଲ, ରାସ୍ତା,ସୋଲାର ଲାଇଟ୍,ଜଳ ଅମଳ ପ୍ରକଳ୍ପ, ଆଡ଼ିବନ୍ଧ ନିର୍ମାଣ,କେନାଲ ଖନନ,ଜଳ ବିଭାଜିକା ପ୍ରକଳ୍ପ ଇତ୍ୟାଦି ପାଇଁ କୋଟି କୋଟି ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ କରାଯାଉଛି ।ହେଲେ ଆଖୀ ଦୃଶିଆ ବିକାଶ ହୋଇ ନାହିଁ ।ଗରୀବ ହଟିବା ବଦଳରେ ଗରୀବ ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି । ବିଭାଗୀୟ ଯନ୍ତ୍ରୀ ଓ ନିଜର ଅନୁଗତ ଠିକାଦାରଙ୍କ ଦ୍ବାରା ମଧୁଚନ୍ଦ୍ରିକା ଯୋଗୁଁ ହେଉ ନାହିଁ ।ଉନ୍ନତି କେବଳ କାଗଜ କଲମରେ ସିମୀତ । ୫ ଟି ଏଠାରେ ଫସର ଫାଟି ଯାଇଛି । ସବୁକିଛି କାଗଜ ପତ୍ର ଓ ପ୍ରାଚୀର ପତ୍ରରେ ସିମିତ । ଆଦିବାସୀମାନେ ଯେଉଁ ତିମିରେକୁ ସେହି ତିମିରରେ । ତେଣୁ ନବ ନିଯୁକ୍ତ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଭଂଜସେନା ତରଫରୁ ଆଜି ସକାଳୁ ୯ ଠାରୁ ୧୦.୩୦ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଏବଂ ଏକ ଲିଖିତ ଦାବିପତ୍ର ବିଭାଗୀୟ ଅଧିକାରୀଙ୍କୁ ଦେଇଥିଲେ ।ଯଦି ଆଗାମି ୭ ଦିନ ମଧ୍ୟରେ ଏଥିପ୍ରତି ଦୃଷ୍ଟି ନ ଦିଆଯାଏ ତାହାହେଲେ ଆଗକୁ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଭଂଜସେନା ଜିଲ୍ଲା ସଭାପତି ବାଜୁନ ହାଁସଦା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

Sunil Chandra Nayak

Leave a Comment

error: Content is protected !!