ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

ଗୋଳାମୁଣ୍ଡା/୨୯/୫/ମସିହା,/ଓଡ଼ିଶା ପାଇପ ଜଳ କର୍ମ ଚାରୀ ସଂଘ ପକ୍ଷରୁ ମାନ୍ୟବର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପାଣି ପାଇପ ଓ ନଲ କୁପ୍ ମେକାନିକ (ଏସ୍ ଇ ଏମ୍ କର୍ମଚାୀମାନେ )ଏକତ୍ରିତ ହେଇ ଜିଲ୍ଲା ସଭାପତି ଶ୍ରୀ ଜୀତେନ୍ଦ୍ରନାଇକ ଙ୍କ ନେତ୍ରୁତରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି, ତାଙ୍କ ମୁଖ୍ୟ ଦାବି ହେଉଛି ଏସ ଇ ଏମ୍ କର୍ମଚାରି ଙ୍କୁ ସର୍ବ ନିମ୍ନ ମଜୁରୀ ପ୍ରଦାନ ପାଇ ଆସୁଛନ୍ତି । ୨୦୦୧ ମସିହା ଠାରୁ ୨୦୨୩ ମସିହା ୨୨ ବର୍ଷ ଧରି ଏସ ଏ ଏମ୍ ମାନେ କାଯ୍ୟ କରି ଆସୁଛନ୍ତି, ସେମାନଙ୍କୁ ୫୦୦ ଶହ ଟଙ୍କା ରୁ କାର୍ଯ୍ୟ କରି ବର୍ତ୍ତମାନ ମାସିକ ଦରମା ୨୦୦୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ତାଙ୍କୁ ଦୈନିକ ମଜୁରୀ ୬୬ ଟଙ୍କା ପ୍ରଦାନ କରୁଛନ୍ତି, ଶ୍ରମ ବିଭାଗ ନିର୍ଦ୍ଦେଶକ ଅନୁସାରେ ଅଣକୁସଲି ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ୩୧୧ଟଙ୍କା ଥିବାବେଳେ କୁଶଳୀ ଶ୍ରମିକଙ୍କର ୩୫୧,୪୦୧ରହିଛି, କିନ୍ତୁ ପଞ୍ଚାୟତ ସ୍ତରରେ ଏସ ଇ ଏମ କର୍ମଚାରୀ ମାନଙ୍କ ଦୈନିକ ମଜୁରି ୬୭ଟଙ୍କା ପାଉଛନ୍ତି, ଏହି ସ୍ୱଳ୍ପ ମୂଲ୍ୟରେ ଜଣେ ପରିବାର ପ୍ରତିପୋଷଣ କରିବେ କିପରି,ତେଣୁ ଦୈନିକ ମଜୁରି ମୂଲ୍ୟ ବୃଦ୍ଧି କରିବା ପାଇଁ ଗୋଳାମୁଣ୍ଡା ଓ ଜୁନାଗଡ଼ର କାର୍ଯ୍ୟରତ କର୍ମଚାରୀ ମାନେ ମିଳିତ ଭାବେ ଅତିରିକ୍ତ ଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ, ଏହି ସମୟରେ ପିଡ଼ି ଡିଆରଡି ଏ ସଚିନ ପାୱାର,ବିଡ଼ିଓ ଶ୍ରୀ ଧରପଣ୍ଡା, ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ଥିଲେ, ,  ଗୋଲାମୁଣ୍ଡା ଏସ ଇ ଏମ୍ କର୍ମଚାରି ପକ୍ଷରୁ ଜୀତେନ୍ଦ୍ର କୁମାର ନାଏ,ମଧୁ ମାଝୀ, ଉଛବ ଟୋଲଟିଆ, ଋଷିମଣି ଟୋଲଟିଆ, ମହେନ୍ଦ୍ର ନାଇକ, ରମେଶ ଚନ୍ଦ୍ର ନାଇକ ରଙ୍ଗା ଧର ଅଧିକାରୀ କ୍ଷୀରସିନ୍ଧୁ ପରମେଶ୍ବର ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ, ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

masiha

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ 

masiha

Leave a Comment

error: Content is protected !!