ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରକ ଧକ୍କାରେ ୨ ସାଇକେଲ ଆରୋହୀ ଗୁରୁତର

କାମାକ୍ଷାନଗର(ମ ନି ସ)30/5/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳୀ – କଙ୍କଡ଼ାହାଡ଼ ରାସ୍ତାର ବାଇପାସ ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ୨ ଜଣ ସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି l ଗୁରୁତର ଭାବେ ଆହତ ସନ୍ନିକଟ କାନପୁରା ପଞ୍ଚାୟତର ଭାଲୁମୁଣ୍ଡା ଗ୍ରାମର ଇନ୍ଦ୍ରମଣି ପଧାନ ଓ ବିଦେଶୀ ପାତ୍ର l ଭାଲୁମୁଣ୍ଡା ଗ୍ରାମର ଇନ୍ଦ୍ରମଣି ପଧାନ ଓ ବିଦେଶୀ ପାତ୍ର ଜିରିଡାମାଳୀ ରୁ କାମ ସାରି ଏକ ସାଇକେଲରେ ଯାଉଥିଲେ l ବାଏପାସ ଛକଠାରେ ଏକ ଦ୍ରୁତଗାମୀ ବାରଚକିଆ ଟ୍ରକ ଧକା ଦେଇଥିଲା l ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା l ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖlନାକୁ ସ୍ଥାନାନ୍ତର କରାଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳାଙ୍କ ଆତ୍ମହତ୍ୟା !  ମୃତା ମହିଳା ଙ୍କ ଭାଇ ଆଣିଲେ ହତ୍ଯା ଅଭିଯୋଗ

masiha

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

masiha

ଗତ ରାତ୍ରି ରୁ ଦୁର୍ଘଟଣା କାର ଜଗନ୍ନାଥ ମନ୍ଦିର ନିକଟରେ ପଡ଼ିରହିଛି:ଦୁର୍ଘଟଣା ସ୍ଥାନରୁ ଡ୍ରାଇଭର ଫେରାର

masiha

Leave a Comment

error: Content is protected !!