ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,31/5, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାଧବୀ ପରିଛାଙ୍କୁ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି | ପାପଡାହାଣ୍ଡି ସିଆରସିସି ମନୋଜ ମାଝୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ତାଙ୍କ ବାସ ଭବନରେ ପହଁଚି ସମ୍ବର୍ଦ୍ଧନା ଦେଇଥିଲେ | ସେ 1.09.1986 ମସିହାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ | ପାପଡାହାଣ୍ଡି ୟୁଜିଏମିସ୍କୁଲ, ମିରିଗୁଡା ଓ ମାଝୀଗୁଡା ସ୍କୁଲରେ କାର୍ଯ୍ୟ କରିବା ସହ ପାପଡାହାଣ୍ଡି ସିଆରସିସି ଦାୟିତ୍ୱରେ ମଧ୍ୟ ରହିଥିଲେ | ତାଙ୍କର ଶିକ୍ଷକତା ବହୁତ ଉଚ୍ଚ କୋଟିର ରହିଥିଲା | ବହୁ ଥର ପ୍ରଶଂସିତ ହୋଇଥିଲେ | ଶିକ୍ଷକତା ଜୀବନରେ ବହୁ ମେଧାବୀ ଛାତ୍ରୀ ଛାତ୍ର ଗଢି ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

masiha

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!