ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,31/5, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାଧବୀ ପରିଛାଙ୍କୁ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି | ପାପଡାହାଣ୍ଡି ସିଆରସିସି ମନୋଜ ମାଝୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ତାଙ୍କ ବାସ ଭବନରେ ପହଁଚି ସମ୍ବର୍ଦ୍ଧନା ଦେଇଥିଲେ | ସେ 1.09.1986 ମସିହାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ | ପାପଡାହାଣ୍ଡି ୟୁଜିଏମିସ୍କୁଲ, ମିରିଗୁଡା ଓ ମାଝୀଗୁଡା ସ୍କୁଲରେ କାର୍ଯ୍ୟ କରିବା ସହ ପାପଡାହାଣ୍ଡି ସିଆରସିସି ଦାୟିତ୍ୱରେ ମଧ୍ୟ ରହିଥିଲେ | ତାଙ୍କର ଶିକ୍ଷକତା ବହୁତ ଉଚ୍ଚ କୋଟିର ରହିଥିଲା | ବହୁ ଥର ପ୍ରଶଂସିତ ହୋଇଥିଲେ | ଶିକ୍ଷକତା ଜୀବନରେ ବହୁ ମେଧାବୀ ଛାତ୍ରୀ ଛାତ୍ର ଗଢି ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

masiha

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

masiha

ଥାନା ରେ ପ୍ରେମି ଯୁଗଳଙ୍କ ବିବାହ

Sunil Chandra Nayak

Leave a Comment

error: Content is protected !!