ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ସନତ କୁମାର ସାହୁ ମନୋନୀତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ରେ ମନୋନୀତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ରୁ ମୋଟ ୭ଜଣ ମନୋନୀତ ହୋଇଛନ୍ତି l ସେଥି ମଧ୍ୟରୁ ସନତ କୁମାର ସାହୁ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମ ର ସ୍ବର୍ଗତ ଧନପତି ସାହୁ ଓ ମାତା ଶ୍ରୀମତୀ ଯୌବନି ସାହୁଙ୍କ ପୁତ୍ର l ସେ ଜଣେ ନିଃସ୍ବାର୍ଥ ପର ସମାଜସେବୀ l କରୋନା ସମୟରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜକୋଟ ରୁ ଭବାନୀପାଟଣା ରେଲୱେ ଷ୍ଟେସନ ରେ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ସହଯୋଗରେ ପ୍ରବାସୀ ଓଡ଼ିଆଙ୍କୁ ପିଇବା ପାଣି ଓ ଖାଦ୍ୟ ବଣ୍ଟନ କରିବା ସହ ନିଜ ଅଞ୍ଚଳରେ କୋବିଡ-୧୯ ସମୟରେ ଗାଁ ଗାଁ ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରି ବିଭିନ୍ନ ରୋଗ ନିୟନ୍ତ୍ରଣ ଉପରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ମାଗଣା ସ୍ୱାସ୍ଥ ଶିବିର କରିଛନ୍ତି l ପ୍ରକୃତି କୁ ଭଲ ପାଉଥିବା ପ୍ରକୃତି ପ୍ରେମୀ ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗ ରେ ଗାଁ ରାସ୍ତା, ମନ୍ଦିର, ପୋଖରୀ, ଝରଣା, ନଈକୂଳ, ଡାକ୍ତର ଖାନା, ପୋଲିସ ଷ୍ଟେସନ, ବଜାରପଢିଆ, ସ୍କୁଲ, କଲେଜ ଆଦି ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରି ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ଓ ମନୁଷ୍ୟ ସମାଜ ପାଇଁ ଜଲଛତ୍ର ର ବ୍ୟବସ୍ଥା ତ ଆଉ କେତେବେଳେ ବନ୍ୟାଜନ୍ତୁ, ସାରିସୃପ, ପକ୍ଷୀ ଓ ଗୃହ ପାଳିତ ପଶୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହ ଜଳ ସୁରକ୍ଷା ଓ ମୃତ୍ତିକା ସଂରକ୍ଷଣ ଉପରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ମାନ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି l ତେଣୁ ପରିବେଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ତାଙ୍କୁ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଚୟନ ହୋଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

masiha

ବିପିୟୁଟି ବହୁ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

Sunil Chandra Nayak

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

Leave a Comment

error: Content is protected !!