କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ରେ ମନୋନୀତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ରୁ ମୋଟ ୭ଜଣ ମନୋନୀତ ହୋଇଛନ୍ତି l ସେଥି ମଧ୍ୟରୁ ସନତ କୁମାର ସାହୁ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମ ର ସ୍ବର୍ଗତ ଧନପତି ସାହୁ ଓ ମାତା ଶ୍ରୀମତୀ ଯୌବନି ସାହୁଙ୍କ ପୁତ୍ର l ସେ ଜଣେ ନିଃସ୍ବାର୍ଥ ପର ସମାଜସେବୀ l କରୋନା ସମୟରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜକୋଟ ରୁ ଭବାନୀପାଟଣା ରେଲୱେ ଷ୍ଟେସନ ରେ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ସହଯୋଗରେ ପ୍ରବାସୀ ଓଡ଼ିଆଙ୍କୁ ପିଇବା ପାଣି ଓ ଖାଦ୍ୟ ବଣ୍ଟନ କରିବା ସହ ନିଜ ଅଞ୍ଚଳରେ କୋବିଡ-୧୯ ସମୟରେ ଗାଁ ଗାଁ ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରି ବିଭିନ୍ନ ରୋଗ ନିୟନ୍ତ୍ରଣ ଉପରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ମାଗଣା ସ୍ୱାସ୍ଥ ଶିବିର କରିଛନ୍ତି l ପ୍ରକୃତି କୁ ଭଲ ପାଉଥିବା ପ୍ରକୃତି ପ୍ରେମୀ ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗ ରେ ଗାଁ ରାସ୍ତା, ମନ୍ଦିର, ପୋଖରୀ, ଝରଣା, ନଈକୂଳ, ଡାକ୍ତର ଖାନା, ପୋଲିସ ଷ୍ଟେସନ, ବଜାରପଢିଆ, ସ୍କୁଲ, କଲେଜ ଆଦି ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରି ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ଓ ମନୁଷ୍ୟ ସମାଜ ପାଇଁ ଜଲଛତ୍ର ର ବ୍ୟବସ୍ଥା ତ ଆଉ କେତେବେଳେ ବନ୍ୟାଜନ୍ତୁ, ସାରିସୃପ, ପକ୍ଷୀ ଓ ଗୃହ ପାଳିତ ପଶୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହ ଜଳ ସୁରକ୍ଷା ଓ ମୃତ୍ତିକା ସଂରକ୍ଷଣ ଉପରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ମାନ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି l ତେଣୁ ପରିବେଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ତାଙ୍କୁ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଚୟନ ହୋଇଛନ୍ତି l