ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ

ମୟୂରଭଞ୍ଜ- ୧୬/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମର କ୍ରୀଷ୍ଣା ସୋରେନ(୪୫) ପିତା ସ୍ବର୍ଗତ ସାଓ୍ବାନା ସୋରେନ ଗତ ୧୪/୭/୨୦୨୩ ଶୁକ୍ରବାର ଅପରାହ୍ନ ୧ ଘଟିକା ରେ ଘର ଛାଡ଼ି କୁଆଡେ ଚାଲି ଯାଇଛନ୍ତି ।ଘର ଲୋକେ ଖୋଜି ଖୋଜି ନୟାନ୍ତ ।ସେ ଆକାଶିଆ ରଙ୍ଗର ସାର୍ଟ ସହ ନାଲି ଯୋତା ପିନ୍ଧିଥିଲେ ।ହିରୋ ଗ୍ଲାମର ବାଇକ OD 11 M 8080 ବାଇକରେ ଘରୁ ବାହାରକୁ ଯାଇଥିଲେ ।୧୫ ତାରିଖ ଶନିବାର ଦିନ ସୁଲାଇଫାଣ୍ଡି ନିକଟସ୍ଥ ଖଣ୍ଡା ଡେରା ଦୁସୁରାପାହାଡରେ ଗାଁର ମହିଳା ମାନେ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ବାଇକଟିକୁ ଦେଖି ପୋଲିସକୁ ଜଣାଇଥିଲେ ।ପୋଲିସ ବାଇକଟିକୁ ଉଦ୍ଧାର କରିଛି । ଶନିବାର ସଂନ୍ଧ୍ୟାରେ ବଣକାଟି, କିତାବେଡା, ଓ ଏକଡାଳି ରାସ୍ତାରେ ସଂଧ୍ୟା ୭ ଟାରୁ ୯ ଟା ମଧ୍ୟରେ ରାସ୍ତାରେ ଚାଲୁଥିବା ଗାଁ ଲୋକେ ଦେଖିଥିଲେ ।ତା’ ପରଠାରୁ ତାଙ୍କର ସନ୍ଧାନ ମିଳୁ ନାହିଁ ।ଯେ କୌଣସି ସହୂଦୟ ବ୍ୟକ୍ତି କ୍ରୀଷ୍ଣା ସୋରେନ ଙ୍କ ସନ୍ଧାନ ପାଆନ୍ତି ତାହାହେଲେ ନିକଟସ୍ଥ ଥାନା ଏବଂ ନିମ୍ନୋକ୍ତ ମୋବାଇଲ ନମ୍ବର 9437201844,8018420782 ,8917308664, ରେ ଯୋଗାଯୋଗ କରିବାକୁ ପରିବାର ତରଫରୁ ବିନମ୍ର ନିବେଦନ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

Sunil Chandra Nayak

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

କିନ୍ନର ରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

Sunil Chandra Nayak

Leave a Comment

error: Content is protected !!