ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛୁଆ ବର୍ଗ ଲୋକଙ୍କ ସର୍ଭେ ଅବଧି ଜୁନ ଛଅ ପର୍ଯ୍ୟନ୍ତ ବଢିଲା

ରାୟଗଡ଼ା ତା ୨.୬.୨୦୨୩ // ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ଛଅ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ଗତ ତା ୩୦.୫.୨୦୨୩ ରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ବ୍ଲକ୍ ନୋଡାଲ ଅଧିକାରୀଙ୍କ ମଧ୍ୟମରେ ଏହାର ସମୀକ୍ଷା କରିଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସର୍ଭେ ଅବଧି ବୃଦ୍ଧି କରାଯାଇଅଛି । ଗଣନାକାରୀ ଘରକୁ ଘର ବୁଲି ଶତ ପ୍ରତିଶତ ପଛୁଆ ବର୍ଗଙ୍କ ଚିହ୍ନଟ ସହ ଫର୍ମ ପୂରଣ କରିବେ । ସମସ୍ତ ବ୍ଲକ ନୋଡାଲ ଅଧିକାରୀ ଏହାକୁ ସୁନିଶ୍ଚିତ କରିବେ । ତଥ୍ୟ ପ୍ରଦାନକାରୀ ବର୍ତ୍ତମାନ ଭୋଗ କରୁଥିବା ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେନାହିଁ । ଅପରପକ୍ଷେ, ସର୍ଭେ ସାମିଲ ନହେଲେ ଆଗାମୀ ଦିନରେ ପଛୁଆବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ସୁବିଧା ରୁ ବଞ୍ଚିତ ହୋଇପାରନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ପ୍ରତି ବ୍ଳକର ଗ୍ରାମ୍ୟ ସ୍ତରରେ ମାଇକ ଯୋଗେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂ ସମସ୍ତ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାସ ୧ ତାରିଖ ଠାରୁ ସମୀକ୍ଷା ଦିବସ ସୁଦ୍ଧା ଜିଲ୍ଲାରେ ମୋଟ ୪୩,୯୦୯ ପରିବାରର ୧ ଲକ୍ଷ ୫୫ ହଜାର ୩ଶହ ୫୫ ଜଣ ସର୍ଭେରେ ସାମିଲ ହୋଇଛନ୍ତି ଏବଂ ଆଗାମୀ ଜୁନ ୬ ତାରିଖ ସୁଦ୍ଧା ଏହାର ପରିମାଣ ବଢିପାରେ ବୋଲି ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

Leave a Comment

error: Content is protected !!