ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟୁରିଷ୍ଟ ପରମିଟ ରେ ଯାତ୍ରୀ ପରିବହନ , କଳାହାଣ୍ଡି ଏମଭିଆଇର ଚଢ଼ାଉ,ବେଆଇନ ଅଭିଯୋଗ ରେ ୫ ବସ ଅଟକ

କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଟୁରିଷ୍ଟ ପରମିଟ ରେ କିଛି ଘରୋଇ ବସ ଯାତ୍ରୀ ନେଇ ହାଇଦ୍ରାବାଦ ଯାଉଥିବା ନେଇ ଅଭିଯୋଗ ହୋଇଥିଲା।ଏହାକୁ ନେଇ କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କଳାହାଣ୍ଡି ଏମଭିଆଇ ଶ୍ରୀବତ୍ସ ଦଳାଇ ଙ୍କ ନେତୃତ୍ୱରେ ଆମପାଣି ଚେକ ଗେଟ ନିକଟରେ କଡାକଡି ଯାଞ୍ଚ କରାଯାଇଥିବା ବେଳେ ସେହି ସମୟରେ ହାଇଦ୍ରାବାଦ ଓ ବିଜୟୱାଡା କୁ ଯାତ୍ରୀ ଙ୍କୁ ନେଇ ଯାଉଥିବା ୫ ଆନ୍ତରାଜ୍ୟ ଚଳାଚଳ ଯାତ୍ରୀବାହୀ ବସ କୁ ଅଟକ ରଖି କାଗଜପତ୍ର ଯାଞ୍ଚ ସମୟରେ ଟୁରିଷ୍ଟ ପରମିଟ ରେ ଚାଲୁଥିବା ଜଣାପଡିବା ପରେ ଏମ ଭି ଆଇ ପକ୍ଷରୁ ୫ ବସ କୁ ଆମପାଣି ଥାନା ରେ ଅଟକ ରଖି ଜୋରିମାନା କରାଯାଇଛି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ର କଲମପୁର ବ୍ଲକ ଅଞ୍ଚଳ ରୁ ୨ ଟି ବସ ହାଇଦ୍ରାବାଦ ଓ ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ୩ ଟି ବସ ବିଜୟୱାଡା ଯାଉଥିବା ବେଳେ ଆମପାଣି ଚେକ ଗେଟ ନିକଟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଏମଭିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା।ଅଟକ ବସ ଗୁଡିକ ହେଉଛି ସଂଗୀତା ଟ୍ରାଭେଲସ ଓ ଗୁପ୍ତା ଟ୍ରାଭେଲସ ର ବୋଳି ଜଣାପଡିଛି।ଅଟକ ଥିବା ବସ ଗୁଡ଼ିକ ର ନମ୍ବର ହେଉଛି ଓଡ଼ି.୦୨ ଏଏନ ୫୩୮୭, ସିଜି ୧୭ କେ ଡବ୍ଲୁ ୯୩୪୮, ସିଜି ୧୭ କେ ଏକ୍ସ ୬୦୦୭, ଓଡ଼ି.୦୮.୯୮୧୯ ଓ ଓଡ଼ି.୨୪ ଜେ.୨୪୧୯ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୫ ଗୋଟି ବସ ଆମପାଣି ଥାନା ପରିସର ରେ ଅଟକ ରଖାଯାଇଛି। ଏନେଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଗତକାଲି ସନ୍ଧ୍ୟାରେ ଏମଭିଆଇ ପକ୍ଷରୁ ଯାଞ୍ଚ ପରେ ବସ ଗୁଡିକୁ ଜିମା ଦିଆଯାଇଛି ବୋଳି ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

masiha

ଓଡିଶା ପୋଲିସ ଦ୍ୱାରା ବଡ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ. , ମାଷ୍ଟରମାଇଣ୍ଡ ଦୁବାଇରୁ କାମ କରୁଥିଲା

masiha

Leave a Comment

error: Content is protected !!