ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟିରେ ଢେଙ୍କାନାଳର ତଭାପାଳ ଗାଆଁ

 ଢେଙ୍କାନାଳ ( ମ ସୀ ହା)୦୨/୦୬_ସଦର ବ୍ଲକ ଅନ୍ତର୍ଗତ ଚଉଳିଆ ଗ୍ରାମ ପଞ୍ଚାୟତର ଟଭାପାଳ ଗ୍ରାମକୁ ବିଦେଶୀ ପର୍ଯ୍ୟବେକ୍ଷକଙ୍କ ଆଗମନ ଅଞ୍ଚଳ ତଥା ଜିଲ୍ଲା ପାଇଁ ଆଣିଦେଇଛି ଏକ ଖୁସିର ବାର୍ତ୍ତା । ସୂଚନା ମୁତାବକ ଟଭାପାଳ ଗ୍ରାମ ରେ ପୂର୍ବରୁ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଶୌଚାଳୟକୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟରେ ପରିବର୍ତ୍ତନ କରିବା କାର୍ଯ୍ୟକୁ ଦେଖିବା ପାଇଁ ସା.ଟୋ ଟିମ୍ ର ବିଦେଶୀ ପର୍ୟ୍ଯବେକ୍ଷକ ଡାଇଗୋ ଇସିୟାମା,ସୌରଭ ପାଣ୍ଡ୍ୟା, ଗୁଞ୍ଜନ ପଟେଲ ଏବଂ Unicefର ସିପ୍ରା ସକ୍ସେନା ଓ ସମସ୍ତ କର୍ମକର୍ତ୍ତା ଯୋଗଦେବା ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ତନ୍ମୟ କୁମାର ଦରୁୱାନ୍, ଅତିରିକ୍ତ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ, ଜିଲ୍ଲା ପରିମଳ ମିଶନ କର୍ମକର୍ତ୍ତା ସ୍ମୃତି ତ୍ରିପାଠୀ, ସଦର ବ୍ଲକ ଉପାଧକ୍ଷ କାଳନ୍ଦୀ ବାରିକ, ଚଉଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବାବୁଲି ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। Unicef ର ସହଯୋଗ ଓ ଫିନିସ୍ ସୋସାଇଟି ( Finish Society )ର ବଳିଷ୍ଠ ଉଦ୍ୟମରେ ଗୋଟିଏ ଖାତରୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟକୁ ସମସ୍ତ ଅତିଥି ଭୁରିୟସୀ ପ୍ରଶଂସା କରିଥିବା ବେଳେ ଏହା ଅନ୍ୟ ଗ୍ରାମ ଓ ଜିଲ୍ଲା ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିବ ବୋଲି ବିଦେଶୀ ପର୍ଯ୍ୟଟକ ଶ୍ରୀ ଇସିୟାମା କହିଥିଲେ । ପ୍ରଥମେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କ ଘର ଘର ବୁଲି ଯେଉଁମାନେ ପାଇଖାନା ବ୍ୟବହାର କରୁନାହାନ୍ତି ସେମାନଙ୍କୁ ବ୍ୟବହାର କରାଇବା ଓ ଦୁଇଖାତ ବିଶିଷ୍ଟ ଶୌଚାଳୟ କରିବା ବାସ୍ତବିକ ବହୁତ କଷ୍ଟକର ଥିଲା ଫିନିସ୍ ସୋସାଇଟି ( Finish Society )ର ମୁଖ୍ୟ ତାଲିମ ଦାତା ଶିବ କୁମାର ଶର୍ମା କହିଥିବା ବେଳେ ପ୍ରକଳ୍ପ ପରିଚାଳକ ସୁଧାକର ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ପାଣି, କମ୍ୟୁନିଟି ମୋଭିଲାଇଜର ବିଜ୍ଞାନ ମହାନ୍ତି, ହୁର୍ଷିକେଶ ମଲ୍ଲିକ, ସୁଚିତ୍ରା ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମର ଏମ୍.ବି. କେ ନର୍ସିମା ବେଗମ୍, ସି. ଆର. ପି ସରସ୍ୱତୀ ବେହେରା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠି ଓ ଟଭାପାଳ ଗ୍ରାମବାସୀ ସହଯୋଗ କରିଥିଲେ । ପରେ ସୁସ୍ୱାଦୁ ପିଠାପଣା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟକରଣରେ ସହଯୋଗ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏହି ଗ୍ରାମ ଏକ ଆଦର୍ଶ ଗ୍ରାମର ରୂପ ନେବ ବୋଲି ବିଦେଶୀ ପର୍ଯ୍ୟଟକ ଓ ସମସ୍ତ ପ୍ରଶାସନିକ ଅଧିକାରୀମାନେ କହିଥିଲେ ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

୧ – ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ , ୨- ଦନ୍ତା ହାତୀ ଆକ୍ରମଣ

masiha

ବିଶ୍ରାମ ଘର ଭଙ୍ଗା କୁ ଯାତ୍ରୀ ବାହାରେ !!!

Sunil Chandra Nayak

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

masiha

Leave a Comment

error: Content is protected !!