ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ

କନ୍ଧମାଳ:03/06.(ମନିସ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କରି ନିଆ ଯାଇଥିବା ନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଅନୁସାରେ, ଶୁକ୍ରବାର ଜାଜେଶପାଙ୍ଗା ଗାଁରେ ବରାଳ ଦେବୀ ପୂଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଉପାଧକ୍ଷ ଅଜିତଙ୍କୁ ଅତିଥି ଭାବରେ ଡକାଯାଇଥିଲା। ଉପାଧକ୍ଷ ନିଜ କାରରେ ରତଙ୍ଗ ପଞ୍ଚାୟତ ସମିତି ସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀଙ୍କ ସହ ଜାଜେଶପାଙ୍ଗା ପାଇଁ ବାହାରିଥିଲେ। କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ତାଙ୍କ କାରରେ ସାଡିଙ୍ଗିଆ ଯାଉଥିଲେ। ରାସ୍ତାରେ ଥିବା ଘାଟି ନିକଟରେ କାରଟିକୁ ରଖି ବାହାରକୁ ପରିସ୍ରା ପାଇଁ ଓହ୍ଲାଇଥିଲେ। ଏଥିସହ ତାଙ୍କର ଦୁଇଜଣ ସହଯୋଗୀ ମଧ୍ୟ ଓହ୍ଲାଇଥିଲେ। ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନ ଥିବା ଦେଖିବାକୁ ପାଇଥିଲେ। ଉଭୟ ସ୍ଥାନୀୟ ଅଞ୍ଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ୍ୟ ଅଜିତଙ୍କୁ ପାଇ ନ ଥିଲେ। ଅନ୍ୟପଟେ ଅଜିତଙ୍କ କାରରେ କାର ଚାବି ଲାଗି ରହିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ରହିଛ। କିଛି ସମୟ ପରେ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ଉପାଧକ୍ଷଙ୍କ କୌଣସି ଖୋଜଖବର ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି । ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓବାଦୀ ଅଧୁଷିତ ଅଞ୍ଚଳ ହୋଇଥୁବାରୁ ମାଓବାଦୀ ଅଜିତଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀ ମାନେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ। ସମଗ୍ର କନ୍ଧମାଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଅବ୍ୟାହତ ରହିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଶାଳ ଗଛ କାଟି ୩ ଗିରଫ

Sunil Chandra Nayak

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

masiha

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

Sunil Chandra Nayak

Leave a Comment

error: Content is protected !!