ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ଢେ଼ଙ୍କାନାଳ(ମ ସୀ ହା)୦୩/୦୬_ଗତକାଲି ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ରେଲ ଷ୍ଟେସନ୍ ପୁର୍ବରୁ କରମଣ୍ଡଳ ଓ ଯଶବନ୍ତପୁର _ହାୱଡା ଏକ୍ସପ୍ରେସର ଧକ୍କା ଯୋଗୁଁ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ନୀରବ ଶୋକସଭା ହୋଇ ଯାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ସମେତ ପଦସ୍ଥ୍ ଅଧିକାରୀ ଓ କର୍ମଚାରୀମାନେ ଏକ ମିନିଟ୍ ସମୟ ନୀରବ ପ୍ରାର୍ଥନା କରି ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି l ଆଜି ଢେ଼ଙ୍କାନାଳ ରେ ସାରା ଦିନ ଶୋକ ସଭା କରାଯିବ ଓ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି l ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ନିମନ୍ତେ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଜିଲ୍ଲା ସାମ୍ୱାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ସାହାର୍ଯ୍ୟ ସହଯୋଗର ହାତ ବଢେ଼ଇବାକୁ ନିବେଦନ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

masiha

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

Sunil Chandra Nayak

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

Sunil Chandra Nayak

Leave a Comment

error: Content is protected !!