ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା–୨୦୨୬–୨୭ ଅନୁଷ୍ଠିତ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା–୨୦୨୬–୨୭ ଅନୁଷ୍ଠିତ

ଢେଙ୍କାନାଳ : ତା.୨୫.୦୯.୨୦୨୬ ରିଖ :ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ,ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରର ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା–୨୦୨୬–୨୭ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍.ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ରାଉତ ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସେ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ବିଜେତା ଭାବରେ ୮ଟି ବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଥିଲେ।

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ,କାନପୁରା, କାମାକ୍ଷାନଗର ପ୍ରଥମ ସ୍ଥାନ,ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍ ସେଣ୍ଟର ଅଫ୍ ଏଡୁକେସନ,ମାତୃଭୂମି,ବାରଦା ଦ୍ୱିତୀୟ ସ୍ଥାନ ଏବଂ ମାର୍ଗଦର୍ଶକ ଦିପ୍ତୀଶ କୁମାର ଶତପଥୀ,ଡ.ଅନୁପମା ମିଶ୍ର ଓ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନରେ ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ, ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମାପନୀ ଉତ୍ସବରେ ବିଜେତା ଦଳଗୁଡ଼ିକୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।ଶେଷରେ ବିଜୟୀ ଓ ଅଂଶଗ୍ରହଣକାରୀ ସମସ୍ତ ଦଳଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଏକାଡେମିକ ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ବିସ୍ଥାପିତ ଦାବିରେ ଲଛୁଗୁଡା ଗ୍ରାମବାସୀ ଙ୍କର ଧାରଣା

Sunil Chandra Nayak

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକଙ୍କ ପିତା ପ୍ରାକ୍ତନ ଶିକ୍ଷକ କରମଚାନ୍ଦ ମହାନ୍ତଙ୍କ ଦେହାନ୍ତ 

masiha

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!