ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋବାଇଲ ଓ ବାଇକ ଲୁଟିନେଲେ ଦୁର୍ବୁତ୍ତ : ଥାନାରେ ଅଭିଯୋଗ

ପାପଡାହାଣ୍ଡି,3/6, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଦେଇ ଯାଇଥିବା ଜାତୀୟ ରାଜପଥ 26 ର ଆମ୍ବପାଣି କୁଡ଼ରି ଘାଟି ନିକଟରେ ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ବାଇକ ଛଡାଇ ନେଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ପଲସ ଗ୍ରାମର ସୁଦର୍ଶନ ମେହେର(୪୨) ଓ ନାରାୟଣ ମେହେର(୩୮) ଗତ ଦୁଇ ତାରିଖ ସକାଳ ୬:୪୫ ସମୟରେ ଓଡ଼ି୦୮ଆର ୧୧୬୭ ବାଇକ ଯୋଗେ ମଇଦଲପୁର ଆସୁଥିଲେ । ଘାଟିରେ ଏକ କଳା ରଙ୍ଗର ଆପାଚି ମଟର ସାଇକେଲରେ ତିନିଜଣ ଦୁର୍ବୁତ୍ତ ମୁହଁରେ କଳା କନା ବାନ୍ଧି ସୁଦର୍ଶନ ଓ ନାରାୟଣଙ୍କୁ ଅଟକାଇ ଥିଲେ ।ନାରାୟଣ ଭୟରେ ଜୀବନ ବଞ୍ଚାଇବାକୁ ଜଙ୍ଗଲ ଭିତରେ ଦୌଡିଥିଲେ ।ସୁଦର୍ଶନ ଙ୍କୁ ତିନି ଜଣ ଘେରି ଟଙ୍କା ଯାହା ଅଛି ଦେବାକୁ କହିଥିଲେ ।କିନ୍ତୁ ଟଙ୍କା କିଛି ନ ଥିବାରୁ ମୋବାଇଲ ଓ ବାଇକ ନେଇ ତିନି ଜଣ ଦୁର୍ବୁତ୍ତ ମାନେ ସେଠାରୁ ଚାଲିଯାଇଥିଲେ । ଶନିବାର ଏନେଇ ସୁଦର୍ଶନ ମେହେର ମଇଦଲପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ମଇଦଲପୁର ଥାନା କେସ ନଂ ୮୦/୨୩ ମାମଲା ରୁଜୁ କରି ଥାନା ଅଧିକାରୀ ନଟବର ନନ୍ଦ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୁତ୍ତ ମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

masiha

କାର ସହ ଗଞ୍ଜେଇ ଜବତ 5 ଗିରଫ 

Sunil Chandra Nayak

Leave a Comment

error: Content is protected !!