ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶ ରେ ସମୂହ ଦୀପ ପ୍ରଜ୍ବଳନ

ଜୁନାଗଡ଼୩/୬ (ମ ନି ସ) -ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ବାହା ନାଗା ଠାରେ ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ଉଦ୍ୟେଶ ରେ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରେ ସମୂହ ଦୀପ ପ୍ରଜ୍ବଳନ କରି ସ୍ୱର୍ଗତ ଆତ୍ମା ର ସଦଗତି କାମନା ସହ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ ଙ୍କ ନେତୃତ୍ୱରେ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ସଂଗଠନ ରଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକତ୍ରିତ ହୋଇ ମହାମ ଶୋଭାଯାତ୍ରା କରାଯାଇ ଲଙ୍କେଶ୍ୱରୀ ମନ୍ଦିର ଠାରେ ପହଞ୍ଚି ଥିଲ,l ଲଙ୍କେଶ୍ୱରୀ ମନ୍ଦିର ଠାରେ ସମୂହ ଦୀପ ପ୍ରଜ୍ବଳନ କରିଥିଲେ l ଦୁର୍ଘଟଣାରେ ମୃତକ ଙ୍କ ସଦଗତି କାମନା ସହ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ଉପଦେଷ୍ଟା ନରେନ୍ଦ୍ର ଖିତି ,ଉପସଭାପତି ଧରଣୀ ଭୋଇ ,ସହ ସମ୍ପାଦକ ଶରତ ଶବର, ରବି ସୁନାନୀ,ମିନୁ କନ୍ଦପାନ,ଶିବ ମହନନ୍ଦ, ସତ୍ୟକଶ୍ୟବ, ଉଗ୍ରେସନ କନ୍ଦପାନ, ଅଞ୍ଜନ କ୍ଷୀତି ପ୍ରମୁଖ ଙ୍କ ସହ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ପୁଝରୀ, ପୂର୍ବତନ ନଗରପାଳ ମହେଶ ସାହୁ ,ଏନ ଏ ସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ପାରିଷଦ ହିମାଦ୍ରୀ ସିନ୍ଦୁର ,ଚକ୍ର ବାଗ, ସଚିନ ଆନ୍ଦl ନି,ପୁଷ୍ପାଞ୍ଜଳି ଦଣ୍ଡସେନା, ସମାଜସେବୀ ଲଳିତ ଅଗ୍ରୱାଲ, ସତିଶ ପ୍ରଧାନ ଙ୍କ ସହ ସହରବାସୀ ଉପସ୍ଥିତ ଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ 

Sunil Chandra Nayak

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ

Sunil Chandra Nayak

ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ,ଢେଙ୍କାନାଳର ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!