ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

କୋକସରା,୩/୬ -କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଟୁରିଷ୍ଟ ପରମିଟରେ କିଛି ଘରୋଇ ବସ ଯାତ୍ରୀ ନେଇ ହାଇଦ୍ରାବାଦ ଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କଳାହାଣ୍ଡି ଏମଭିଆଇ ଶ୍ରୀବତ୍ସ ଦଳାଇଙ୍କ ନେତୃତ୍ୱରେ ଆମପାଣି ଚେକ ଗେଟ ନିକଟରେ କଡାକଡି ଯାଞ୍ଚ କରାଯାଇଥିବା ବେଳେ ସେହି ସମୟରେ ହାଇଦ୍ରାବାଦ ଓ ବିଜୟୱାଡାକୁ ଯାତ୍ରୀଙ୍କୁ ନେଇ ଯାଉଥିବା ୫ ଆନ୍ତରାଜ୍ୟ ଚଳାଚଳ ଯାତ୍ରୀବାହୀ ବସକୁ ଅଟକ ରଖି କାଗଜପତ୍ର ଯାଞ୍ଚ ସମୟରେ ଟୁରିଷ୍ଟ ପରମିଟରେ ଚାଲୁଥିବା ଜଣାପଡିବା ପରେ ଏମ ଭି ଆଇ ପକ୍ଷରୁ ୫ ବସକୁ ଆମପାଣି ଥାନାରେ ଅଟକ ରଖି ଜୋରିମାନା କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅଞ୍ଚଳରୁ ୨ ଟି ବସ ହାଇଦ୍ରାବାଦ ଓ ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ୩ ଟି ବସ ବିଜୟୱାଡା ଯାଉଥିବା ବେଳେ ଆମପାଣି ଚେକ ଗେଟ ନିକଟରେ।ପୂର୍ବ ପ୍ରସ୍ତୁତି ଅନୁସାରେ ଏମ ଭି ଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା।ଅଟକ ବସ ଗୁଡିକ ହେଉଛି ସଂଗୀତା ଟ୍ରାଭେଲସ ଓ ଗୁପ୍ତା ଟ୍ରାଭେଲସର ବୋଳି ଜଣାପଡିଛି। ଅଟକ ଥିବା ବସ ଗୁଡ଼ିକର ନମ୍ବର ହେଉଛି ଓଡ଼ି.୦୨ ଏଏନ ୫୩୮୭, ସିଜି ୧୭ କେଡବ୍ଲୁ ୯୩୪୮, ସିଜି ୧୭ କେ ଏକ୍ସ ୬୦୦୭, ଓଡ଼ି.୦୮.୯୮୧୯ ଓ ଓଡ଼ି.୨୪ ଜେ.୨୪୧୯ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୫ ଗୋଟି ବସ ଆମପାଣି ଥାନା ପରିସରରେ ଅଟକ ରଖାଯାଇଛି। ଏନେଇ କଳାହାଣ୍ଡି ଏମ ଭି ଆଇ ଦଳେଇଙ୍କ ପ୍ରତିକ୍ରିୟା ନେବାରୁ ଟୁରିଷ୍ଟ ପରମିଟରେ ବସ ଚାଲୁଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ବସ ଗୁଡିକ ଛଡ଼ାଯିବ ବୋଳି କହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ

Sunil Chandra Nayak

ଓଲମା ଗ୍ରାମରେ ସଶସ୍ତ୍ର ଡକାୟତି, ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

masiha

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!