ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତାପ ଚନ୍ଦ୍ର ମିଶ୍ର ଙ୍କ କବିତା = ସ୍ନାନ ମଣ୍ଡପ ରେ ସ୍ନାନ ପୁନେଇଁ ଗଜାନନ ବେଶେ କଳା ଗୋସାଇଁ

ସ୍ନାନ ମଣ୍ଡପ ରେ ସ୍ନାନ ପୁନେଇଁ

ଗଜାନନ ବେଶେ କଳା ଗୋସାଇଁ

ପ୍ରତାପ ଚନ୍ଦ୍ର ମିଶ୍ର

ଶୁକ୍ଳ ପକ୍ଷ ମାସ ଜ୍ୟେଷ୍ଠ ପୂର୍ଣ୍ଣିମା
ମଞ୍ଚ ସ୍ନାନେ ବିଜେ କଳା ମଣିମା ।
ଶହେ ଆଠ ସୁନା କଳସ ମନ୍ତ୍ର ଜଳ
ଶାସ୍ତ୍ର ବିଦିତ ଉପଚାର ନୀତି ସ୍ନାନ ।
କଳେ ବର ଆଦ୍ୟ ନୀତି ଗାଧୁଆ
ଭାଇ ଭୌଣି ସହ ଜଗନ୍ନାଥ ଠିଆ।
ବର୍ଷକେ ଥରେ ଏକାଠି ସିନାନ
ଅନ୍ୟ ଦିବସେ ହୁଅନ୍ତି ମନ୍ତ୍ର ସ୍ନାନ।
ରଥ ଜାତ ଆଗରୁ ଏ ସ୍ନାନ ନୀତି
ଠାକୁର ରାଜା ଙ୍କ ଏ ଅପୂର୍ବ ଖ୍ୟାତି।
ଜଗନ୍ନାଥ ଙ୍କ ର ଇଏ ଜନ୍ମ ଦିବସ
ସବୁରି ମନରେ ଭରେ ହରଷ।
ଦାରୁବ୍ରହ୍ମ ଙ୍କ ଏ ଆଦ୍ୟ ଲୀଳା
ଖ୍ୟାତି ରହିଛି ନାମେ ପତିତପାବନ ଲୀଳା।
ମଙ୍ଗଳ ମୟ ପ୍ରଭୁ ଙ୍କୁ ଦରଶନ
ସ୍ନାନ ପରେ ବେଶ ହୁଅନ୍ତି ଗଜାନନ।
ମହାରାଷ୍ଟ୍ର ଭକ୍ତ ଗଣପତି ଭଟ୍ଟ
ସ୍ନାନ ବେଦିପରେ ପ୍ରଭୁ ଦେଖି ଅସନ୍ତୋଷ୍ଟ।
ଗଣପତି ଭକ୍ତ ସେ ବ୍ରାହ୍ମଣ ଥିଲେ
ନିରାଶା ରେ ଶ୍ରୀକ୍ଷେତ୍ର ରୁ ଫେରିଆସିଲେ।
 ମୁକ୍ତେଶ୍ୱର ସ୍ଥାନେ ଶୁଣି ଶୂନ୍ୟବାଣୀ
ଶଙ୍ଖ କ୍ଷେତ୍ର କୁ ଧାଇଁଲେ ପୁଣି।
ସ୍ନାନ ମଣ୍ଡପ ରେ ଦେଖି ସ୍ନାନ ପୁନେଇଁ
ଗଜାନନ ବେଶେ ଠିଆ କଳା ଗୋସାଇଁ।
ଚର୍ମ ନେତ୍ର କୁ ସାର୍ଥକ କରି
ଜଗା କାଳିଆ ଙ୍କୁ କଲେ ଗଳା ମାଳି।
ଗଜାନନ ବେଶ ସେଦିନୁଁ ହେଲେ ଠାକୁର
ଭକ୍ତ ଭାବରେ ବନ୍ଧା ସଦା ସେ ଚକ୍ରଧର।

      ଆସ୍କା,ଗଞ୍ଜାମ

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା = ବର୍ଷା

masiha

ମଧୁ ସୁଧନ ମହାପାତ୍ର ଙ୍କ କବିତା = ଦୁଃଖ ଅପ୍ରମିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!