ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମୁରାହାଣ୍ଡି ଗ୍ରାମର ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ମାନଙ୍କ ସମସ୍ୟା କୁ ସମାଧାନ କଲା ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡାବୁଗାଁ ଗ୍ରାମ ପଞ୍ଚାୟତ ର ଉମୁରାହାଣ୍ଡି ଗ୍ରାମରେ ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ଦୁଇ ଦଳଙ୍କ ସମସ୍ୟା କୁ ଆଜି ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ ପହଂଚି ସମାଧାନ କରି ସମସ୍ତ ପୁଝାରୀଙ୍କୁ ଏକ ସୂତ୍ରରେ ବାନ୍ଧି ଗ୍ରାମରେ ଶାନ୍ତିର ବାତାବରଣ ସ୍ରୁଷ୍ଟି କରି ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଛନ୍ତି l ଏଇ ୪୦ ବର୍ଷ ହେବ ଗ୍ରାମରେ ମାଟି ପୂଜା, ଠାକୁରାଣୀ ପୂଜା ଭଳି ବିଭିନ୍ନ ଜାନି ଯାତ୍ରା ଉକ୍ତ ଗ୍ରାମରେ ଦୁଇ ଦୁଇ ଥର ଦୁଇ ପୁଝାରୀ କରିଆସୁଥିଲେ, ଯାହାକି ଗୋଟିଏ ଗ୍ରାମରେ ଦୁଇ ଦୁଇ ଥର ସମାନ ଜାନି ଯାତ୍ରା ହେବାରୁ ରଇତ ମାନଙ୍କ ସହ ପୁଝାରୀ ମାନଙ୍କୁ ଅସନ୍ତୋଷ ଲାଗୁଥିଲା l ଏପରି ସମସ୍ୟା ଲାଗି ଉମୁରାହାଣ୍ଡି ଗ୍ରାମର ୩୩ ଜଣ ବ୍ଯକ୍ତିଙ୍କ ଦସ୍ତଖତ ଥିବା ଦରଖାସ୍ତ ସମାଧାନ ନିମନ୍ତେ କୋଭିଡ ପୂର୍ବରୁ ଜଣାଇଥିଲେ l ଉକ୍ତ ଦରଖାସ୍ତ ଉପରେ ଆଜି ଉମୁରାହାଣ୍ଡି ଗ୍ରାମରେ ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ ପହଂଚି ସମାଧାନ ପାଇଁ ଆସି ଦୁଇ ଦଳ ପୁଝାରୀ ଙ୍କୁ ଡାକି ଏକ ବୈଠକ ଡ଼କାଇଥିଲେ lବୈଠକରେ ସମୁଦୁ ପୁଝାରୀ ଓ ବୁଟୁ ପୂଜାରୀଙ୍କ ସହ ଗ୍ରାମର ରଇତ ମାନଙ୍କ ଉପସ୍ଥିତିରେ ସମୁଦୁ ପୂଜାରୀଙ୍କୁ ମାଟି ଦେବତା, ଧାରଣୀ,ଗୁମାନି,ଦାଣ୍ଡ,ଭୀମା ଠାକୁର ଙ୍କ ପୂଜା ଓ ବୁଢୀ ଠାକୁରାଣୀ ଓ ମହପା ଠାକୁରାଣୀ ଙ୍କ ପୂଜା ବୁଟୁ ପୁଝାରୀ ଙ୍କୁ ଦାୟିତ୍ଵ ଦେଇଥିଲେ, କିନ୍ତୁ ଦୁଇ ପୁଝାରୀ ମିଳିମିଶି ସବୁ ପୂଜା ଗୋଟିଏ ସ୍ଥାନ ଓ ଗୋଟିଏ ଦିନରେ କରିବେ ବୋଲି କୁହାଯାଇ ଥିଲା l ଏଥିନିମନ୍ତେ ଟ୍ରଷ୍ଟ ଦ୍ଵାରା ରେଗୁଲେସନ କରାଯାଇ ସମସ୍ତ ଗ୍ରାମବାସୀ ରଇତ ମାନେ ଦସ୍ତଖତ କରି ଥିଲେ l ଆଜି ଠାରୁ ଦୁଇ ପୁଝାରୀ ଙ୍କ ମଧ୍ୟରେ ଅସନ୍ତୋଷ ଓ ମନାନ୍ତର ରହିବ ନାହିଁ ବୋଲି ଦୁଇ ଦଳ ସ୍ୱୀକାର କରିଥିଲେ l ଟ୍ରଷ୍ଟର କର୍ମକର୍ତ୍ତା ମାନେ ହେଲେ ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ସଭାପତି ଉଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା,ଉପଦେଷ୍ଟା ସୋନା ମାଝୀ, ଦଶରୁ ନାୟକ, ଦେବ ପୁଝାରୀ, କୃଷ୍ନ ପୁଝାରୀ, ଜଳଧର ମାଝୀ,ମିଡିଆ ସେଲ ରବି ନାରାୟଣ ମହାନ୍ତି, ସଭ୍ଯ ରତି ଭତ୍ରା,ବଳି ଜାନି, ବିଞ୍ଝାଲ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଉମୁରାହାଣ୍ଡି ଗ୍ରାମର ସୁକଳଦେଇ ଶିରା, ଗଙ୍ଗାଧର ନାୟକ, ସମୁଦୁ ପୁଝାରୀ, ବୁଟୁ ପୁଝାରୀ, ଗଣପତି ନାୟକ, ଚୈତନ୍ୟ ପୁଝାରୀ, ମାଧବ ନାୟକ ପ୍ରମୂଖ ସହଯୋଗ କରିଥିଲେ l୪୦ ବର୍ଷ ର ଅସନ୍ତୋଷ ଆଜି ମିମାଂସା ହେଲା ଗ୍ରାମରେ ଶାନ୍ତି ବିରାଜିତ ହେଲା ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

masiha

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!