ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶରେ ଶ୍ରଦ୍ଧାଞ୍ଜଳି ସଭା

ଜୁନାଗଡ଼ ୪/୬ (ମ ନି ସ) -ଜୁନାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ବାହା ନାଗା ଠାରେ ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ଉଦ୍ୟେଶରେ ସ୍ଥାନୀୟ ବିଜୁପଟନାୟକ ଷ୍ଟାଡିଅମ ଠାରେ ସମୂହ ଦୀପ ପ୍ରଜ୍ବଳନ ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଗଠନ ତରଫରୁ ଦୀପପ୍ରଜ୍ବଳନ କରି ମୃତକ ଆତ୍ମା ପ୍ରତି ନିରବ ପ୍ରାର୍ଥନା ସହଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ଏବଂସ୍ବର୍ଗତ ଆତ୍ମାର ସଦଗତି ଓ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନର ଖେଳ ଶିକ୍ଷକ ସମୀର ସାହୁ, ସରୋଜ ପଣ୍ଡା, ମାନସ ସାହୁ, ଦିଲ୍ଲୀପ ପଣ୍ଡା, ସତୀଶ ପ୍ରଧାନ, ଗୌରୀ ବିଶି, ସଚିନ ଆନଦାନୀ,ଚକ୍ର ବାଗ, କୁନା ଦଣ୍ଡସେନା, ପୂର୍ବତନ ନଗରପାଳ ମହେଶ ସାହୁ, ବହୁଜନସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ,ସାମ୍ବାଦିକ ଉଗ୍ରସେନ କନ୍ଦପାନ ଏବଂ ବେଡ଼ମିଣ୍ଟନ ଓ କ୍ରିକେଟ ଖେଳାଳି ସାମିଲ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ 

masiha

ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ 

masiha

ଆସନ୍ତା ସେପ୍ଟେମ୍ବର ୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ….

Sunil Chandra Nayak

Leave a Comment

error: Content is protected !!