ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

ପାପଡାହାଣ୍ଡି,4/6, ମନିସ — ଦୈନନ୍ଦିନ ଗଛ କଟା ଯୋଗୁଁ ଜଙ୍ଗଲ ସଫା ହେବାକୁ ବସିଛି | ଜଙ୍ଗଲ କ୍ଷୟ ଯୋଗୁଁ ପରିବେଶ ସନ୍ତୁଳିତ ରହୁନି | ଠିକ ସମୟରେ ଋତୁ ଚକ୍ର ଘଟୁନି | ବାରମ୍ବାର ପୃଥିବୀରେ ବିପର୍ୟ୍ୟ ଘଟୁଛି | ଏପରି ସମୟରେ ସାଇକେଲରେ ଯାତ୍ରା କରି, ଗାଁ ଗାଁ ବୁଲି ଲୋକଙ୍କୁ ପରିବେଶ ନେଇ ସଚେତନତା କରିବା ସହ ସୁସ୍ଥ ପରିବେଶ ପ୍ରଦୂଷଣ ମୁକ୍ତ ଭାରତ ଗଠନ ତାଙ୍କର ଲକ୍ଷ | ସାରା ଭାରତର ବିଭିନ୍ନ ରାଜ୍ୟ ବୁଲି ବୁଲି ସଚେତନତା ଦେଉଛନ୍ତି କୋଲକତାର ରାମ ପ୍ରସାଦ ନସ୍କର | ପେସାରେ ସେ ଜଣେ ଶିକ୍ଷକ କିନ୍ତୁ ପ୍ରତି ବର୍ଷ ଗ୍ରୀଷ୍ମ ଅବକାଶ ଆସିଲେ ସେ ସାଇକେଲ ଧରି ବାହାରିଯାନ୍ତି ଭାରତ ଭ୍ରମଣରେ | ଗାଁ ଗାଁ ବୁଲି ଲୋକଙ୍କୁ ପ୍ରଦୂଷଣ ମୁକ୍ତ ରଖିବା | ଗଛ ଲଗାଇବା | ବ୍ୟାପକ ମାତ୍ରାରେ ମୋଟର ଗାଡି ବ୍ୟବହାର ନ କରି ସାଇକେଲ ଚଳାଇ ସୁସ୍ଥ ରହିବା ଲାଗି ସେ ପରାମର୍ଶ ଦେଉଛନ୍ତି | କଳାହାଣ୍ଡି ଜିଲ୍ଲା ଦେଇ ସେ ରବିବାର ପାପଡାହାଣ୍ଡିରେ ପହଁଚିବା ପରେ ତାଙ୍କୁ ସ୍ଥାନୀୟ ଯୁବ ସମାଜ ତରଫରୁ ସ୍ୱାଗତ କରାଯାଇଥିଲା | ରାମ ପ୍ରସାଦଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା | ନସ୍କର ଇତି ମଧ୍ୟରେଗତ ମେ 22 ରୁ ବାହାରି ଓଡିଶା ର 15 ଟି ଜିଲ୍ଲା ବୁଲି ଲୋକଙ୍କୁ ସଚେତନତା କରିଥିବା କହିଛନ୍ତି | ଦିନକୁ ସେ 100 କିମି ରୁ ଉର୍ଦ୍ଧ ସାଇକେଲରେ ଯାତ୍ରା କରୁଛନ୍ତି | ବର୍ତମାନ ପୁରା ଓଡିଶା ଯାତ୍ରା କରି ନିଜ ଘର କୋଲକତା ଫେରିବେ ବୋଲି ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ

Sunil Chandra Nayak

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ମହିଳା ରୋଗୀ

masiha

Leave a Comment

error: Content is protected !!