ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରିୟରଞ୍ଜନ ମୁଣ୍ଡ ଙ୍କ କବିତା = ବିଭୀଷିକା

 l l ବିଭୀଷିକା l l

ଶବ ପଡିଛି
କଳା ଅନ୍ଧାର ରାତି
ଆର୍ତ୍ତ ଚିତ୍କାର ରେ
ପ୍ରକମ୍ପିତ ହେଲା ପରେ 
ଆଲୁଅ ସନ୍ଧାନ ରେ
ଥିବା ମଣିଷ
ସବୁ ହଜେଇ ସାରିଛି
ଶବ୍ଦ ସବୁ ହା ହା କାର ଏବେ…
ରାତ୍ରର ଅମା ଅନ୍ଧକାର ରେ
ଆଚ୍ଛାଦିତ କାଳିମା
ହୃତସ୍ପନ୍ଦନ କୁ
ତୀବ୍ର କରୁ ଥିବା ବେଳେ
ଲୌହ ଦାନଵ ଭିତରେ
କାକୁସ୍ଥ ମଣିଷ
ଶୁଣି ପାରୁଛି
ମୃତ୍ୟୁ ର ପାଦ ଶବ୍ଦ…
ରକ୍ତ ରଞ୍ଜିତ ପଥ
ଜୀବନ କୁ
ପାଣି ଫୋଟକା ପରି
ମିଳେଇ ଦେଉଛି
କେଉଁ ଏକ ଅସୀମ ର
ଆବାହନ ରେ….

ପ୍ରିୟରଞ୍ଜନ ମୁଣ୍ଡ

Related posts

ନନ୍ଦିନୀ ରାଉତ ଙ୍କ କବିତା l l l ଜୀବନ l l l

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଚ୍ଛେଇ ଝିଅ

Sunil Chandra Nayak

Leave a Comment

error: Content is protected !!