ନବରଙ୍ଗପୁର,୫/୬(ମସିହା)- ନବରଙ୍ଗପୁର ଚରକବନ ପରିସରରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିନସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଆମ ପରିବେଶ ସୁରକ୍ଷା ଆମ ହାତରେ ରହିଛି । ଜଙ୍ଗଲ ସୁରକ୍ଷା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜଙ୍ଗଲ କ୍ଷୟ ଦ୍ଵାରି ବାୟୁ ମଣ୍ଡଳ ଓ
ମୃତ୍ତିକା ଉପରେ ମଧ୍ୟ ପ୍ରଭାବ ପକାଉଛି ।ଏନେଇ ଏବେଠାରୁ ସମସ୍ତେ ପରିବେଶ ପ୍ରତି ସଚେତନ ହେବାକୁ ପଡିବ ବୋଲି ଅବିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇ ଗୋଷ୍ଠୀ ଗତ ଭାବେ ପରିବେଶ ସୁରକ୍ଷା ଓ କର୍ତ୍ତବ୍ୟ ରହିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ସପ୍ତାହରେ ଗୋଟିଏ ଗଛ ଲଗାଇ ତେବେ ଗୋଟିଏ ବର୍ଷରେ ୪୮ ଗଛ ଲଗାଇ ପାରିବା । ଏହାସମେତ ପ୍ରତ୍ୟେକ ଘରେ ଅମ୍ଳଜାନ ପାଇବା ପାଇଁ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦ୍ୱାରା ପରିବେଶ ପ୍ରତି ଆଗ୍ରହ ବଢିବ । ପ୍ଲାଷ୍ଟିକ ପରିବେଶ ପରି କ୍ଷତିକାରକ ହୋଇ
ଉଠିଛି । ନିଜ ଅନୁଭୂତି କଥା ସାଉଁଟି କହିଥିଲେ ପ୍ଲାଷ୍ଟିକ ବୋତଲ ବ୍ୟବହାର ଛାଡ଼ିଦେଇଛନ୍ତି । ପ୍ରତି ବୈଠକରେ ମୁଁ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର କଲେ ବର୍ଷକ ମଧ୍ୟରେ ୭ ଶହ ବ୍ୟବହାର ହୋଇଥାନ୍ତା । ତାହା ଠାରୁ ଦୂରେଇ ରହିଛି ବୋଲି କହିଥିଲେ । ବାୟୁ ମଣ୍ଡଳ ପରିବେଶକୁ ମଧ୍ୟ ଆମେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ବୋଲି ଜିଲାପାଳ ମିଶ୍ର କହିଥିଲେ । ସହକାରୀ ବନ ସଂଗ୍ରାକ୍ଷକ ଧନୁର୍ଯ୍ୟୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦିଏଫଓ ପ୍ରଶନ୍ନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଜିଭିଏସର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ସବୁତ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମୀ ଭକ୍ତଚନ୍ଦ ନାୟକ ମଞ୍ଚlସିନ ଥିଲେ । ଏହି ଅବସରରେ ଜିଲାର ୧୦ ଜଣ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ମାନ ପତ୍ର ଓ ୧୦ ହଜାରଟଙ୍କା ଲେଖାଏଁ ଚେକ ପ୍ରଦାନ ଅତିଥୀଙ୍କ ଦ୍ୱାରା କରାଯାଇଥିଲା । ଚନ୍ଦାହାଣ୍ଡି ଦିଲୀପ ଦାସ, ଡାବୁଗାଁର ରଞ୍ଜନ କୁମାର ବେହେରା , ଝରିଗାର ସୁନ୍ଦର ମାଝୀ, କୋଷାଗୁମୁଡା ରସନ୍ତୋଷ ଷଡଙ୍ଗୀ, ନବରଙ୍ଗପୁରର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନନ୍ଦାହାଣ୍ଡିର ହେମନ୍ତ ଆମନାତ୍ୟ, ପାପଡାହାଣ୍ଡିର ରଘୁନାଥ ପ୍ରସାଦ ହାତୀ, ରାଇଘରର ରାମ ଭତରା, ତେନ୍ତୁଳିଖୁଣ୍ଟିର ଜଗବନ୍ଧୁ ବିଶୋଇ ଓ ଉମରକୋଟର ସରୋଜ ଭାତରାଙ୍କୁ ଏହି ସମ୍ମାନ ମିଳିଛି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍


