ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଦୁଃଖିରାମ ସା ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ 

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଂଚାୟତ ରେ ତ୍ରିସ୍ତରୀୟ ନିର୍ବାଚନ ସରିଲା ପରେ ନାଏବ ସରପଞ୍ଚ ନିର୍ବାଚନ କଳ୍ପନା ଜଳ୍ପନା ଦିନକୁ ଦିନ ଜୋର ଧରିଥିଲା l ଏହି ଗ୍ରାମ ପଂଚାୟତରେ କୁମ୍ଭାରୀ ଗ୍ରାମ ର ୱାର୍ଡ ନମ୍ବର 10 ୱାର୍ଡ ମେମ୍ବର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ଦୁଃଖିରାମ ସା ନାଏବ ସରପଞ୍ଚ ପଦବୀରେ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇ ଛନ୍ତି l ସେ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ମଧ୍ୟ କୁମ୍ଭାରୀ ଗ୍ରାମ ର ଉମାଶଙ୍କର ଯୁବକ ସଙ୍ଘ ର ସଭାପତି ଭାବେ ଅନେକ ଜନମଙ୍ଗଳ କାର୍ଯ୍ୟ କରୁଥିଲେ l ଗ୍ରାମର ଉନ୍ନତି ପାଇଁ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ଏବେ ସେ ନାଏବ ସରପଞ୍ଚ ପଦବୀରେ ରହି ଗ୍ରାମ ତଥା ଟେମରି ଗ୍ରାମ ପଞ୍ଚାୟତର ଜନମଙ୍ଗଳ ଉନ୍ନୟନ କାର୍ଯ୍ୟ କରିବା ସହ ପଞ୍ଚାୟତକୁ ଦୁର୍ନୀତି ମୁକ୍ତ କରିବା ବୋଲି ବୁଦ୍ଧିଜୀବୀ ଆଶା ପୋଷଣ କରୁଥିବାବେଳେ ପଂଚାୟତବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି l ଟେମରୀ ରୁ ଜଗଜ୍ବିବନ୍ ସା ଙ୍କ ରିପୋର୍ଟ।

Related posts

ଜୟପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓ

Sunil Chandra Nayak

Leave a Comment

error: Content is protected !!