ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟାଜନ, ୬୧ ୟୁନିଟ ରକ୍ତ ସଂଗ୍ରହ

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ମୁଖ୍ୟାଳୟ ଗ୍ରାମପଞ୍ଚାୟତ ସଭାଗୃହରେ ଆଜି ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଥିବା ବେଳେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଦେଶ ତଥା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ଓଡ଼ିଶାର ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ହୋଇଥିବା ହ୍ରୁଦୟ ବିଦାରକ ରେଳ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଯାତ୍ରୀ ମାନଙ୍କ ଉଦେଶ୍ଯ ରେ ଆଜି ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ସମଗ୍ର ବ୍ଲକ ଅଂଚଳ ତଥା ବିଭିନ୍ନ ସରକାରୀ କର୍ମଚାରୀ, ସ୍ୱେଚ୍ଛାସେବୀ,ଏବଂ ସଂଘର ସଦସ୍ଯ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେହିଭଳି ସଂଘ ତରଫରୁ ମଧ୍ଯ ଗତକାଲି ଖଜୁରୀପଡା ସହରରେ ରେଳ ଦୁର୍ଘଟଣାରେ ପରଲୋକ ହୋଇଥିବା ଯାତ୍ରୀ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ଯ ଆୟୋଜିତ ହୋଇଥିଲା। ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ଫୁଲବାଣୀ ମୁଖ୍ଯ ଚିକିତ୍ସାଳୟ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ ଙ୍କ ତତ୍ୱାବଧାନରେ ଖଜୁରୀପଡା ମେଡିକାଲ ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି, ଦୀନକୃଷ୍ଣ ମହନ୍ତ, ଅର୍ଚ୍ଚନା ପ୍ରଧାନ, ପ୍ରଶାନ୍ତ କୁମାର ରତ୍ନାଳୁ, ଜ୍ୱୋତିରଂଜନ ପ୍ରୁଷ୍ଟି ଏବଂ ବରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ମାଁ ସୁରାଦେଇ ସେବାସଂଘ ସଭାପତି ବିକାଶ କୁମାର ଦିଗାଲ,ସମ୍ପାଦକ ରାଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ ଗୋଲକ ବିହାରୀ ମଲ୍ଲିକ, ଉପଦେଷ୍ଟା ଅବନି କୁମାର ବେହେରା, ଆଇନ ପରାମର୍ଶଦାତା ରଂଜନ କୁମାର କହଁର, ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟପ୍ରିୟ ମହାପାତ୍ର, ହ୍ରୁଷିକେଶ ଖୁଣ୍ଟିଆ,ପ୍ରୀୟବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ।ରକ୍ତଦାନ ଶିବିରରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲଙ୍କ ସହ ତହସିଲଦାର ବିଜୟ କୁମାର ପ୍ରଧାନ, ଅତିରିକ୍ତ ବିଡିଓ ସଲିଲ କୁମାର ଦାସ, ଖଜୁରିପଡା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ,ପୋଲିସ କର୍ମଚାରୀ, ଅଗ୍ନିଶମ ଅଧିକାରୀଙ୍କ ସହ ସମସ୍ତ ଅଗ୍ନିଶମ ବାହିନୀ, ବିଦ୍ଯୁତ ବିଭାଗ ଯନ୍ତ୍ରୀ ସୁଚିତ୍ର କୁମାର ବିଶୋୟୀ ଏବଂ ସହକର୍ମୀଙ୍କ ସମେତ ଖଜୁରୀପଡା ଥାନାରେ ମୁତୟନ ରହିଥିବା ଆଇଆରବି ବାଟାଲିୟନ ଫୋର୍ସ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟରେ ସହଯୋଗ କରିବାଥିବା ବେଳେ ବିଜୟ କୁମାର କହଁର,ସରୋଜ ,ମିଲନ ଦିଗାଲ,ସୁବାଷ ଯାନୀ, ମହାରଣା, ଗାୟତ୍ରୀ ମଲିକ, ବିକାଶ ମହାପାତ୍ର,ପ୍ରମୋଦ ମଲିକଙ୍କ ସହ ବହୁ ରକ୍ତଦାତା ସ୍ଥେଛାକ୍କୁତ ଭାବେ ଆୟୋଜିତ ରକ୍ତଦାନ ଶିବିର କୁ ସହଯୋଗ କରିବା ସହିତ ରକ୍ତଦାନ ମଧ୍ୟ କରିଥିଲେ। ଖଜୁରୀପଡାରେ ଅନେକ ଯୁବ ସମାଜସେବୀ ଅନେକ ପ୍ରତିକୂଳ ପରିବେଶରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ବେଳେ କିଛିମାସ ପୂର୍ବରୁ ଏକ ସ୍ୱେଚ୍ଛାସେବୀ ସଂଗଠନ ମାଁ ସୁରାଦେଇ ସେବାସଂଘ ନାମରେ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଙ୍କ ଦ୍ଵାରା ଆହୁରୀ ଅନେକ ଜନମଂଗଳ କାର୍ଯ୍ୟ ଜାରି ରଖିଛନ୍ତି। ବାହାନଗାର ହ୍ରୁଦୟ ବିଦାରକ ରେଳ ଦୁର୍ଘଟଣାର ପରେ ଦୁଇଦିନରେ ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ଆହତ ଏବଂ ପରଲୋକ ହୋଇଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ଯ ରେ କାର୍ଯ୍ୟକ୍ରମ କରି ମାଁ ସୁରାଦେଇ ସେବା ସଙ୍ଘ ସ୍ଥାନୀୟ ପ୍ରସାଶନିକ ଏବଂ ଜନସାଧାରଣଙ୍କ ପ୍ରୀୟଭାଜନ ହୋଇ ପାରିଛି। ଆଗାମୀ ଦିନରେ ମଧ୍ଯ ମାଁ ସୁରାଦେଇ ସେବାସଂଘ ଜନସାଧାରଣଙ୍କ ପାଇଁ ଅନେକ ଜନମଂଗଳ କାର୍ଯ୍ୟ ଜାରି ରଖିବା ଲକ୍ଷ ରଖିଛି ବୋଲି ସଭାପତି ବିକାଶ କୁମାର ଦିଗାଲ ଏବଂ ଉପଦେଷ୍ଟା ତଥା ଶିକ୍ଷକ ଅବନି କୁମାର ବେହେରା ଗଣମାଧ୍ୟମ କୁ ସୁଚନା ଦେଇଥିଲେ। ଆଜି ଆୟୋଜିତ ରକ୍ତଦାନ ଶିବିର ରେ ସହଯୋଗ କରିଥିବା ସମସ୍ତଙ୍କୁ ସଂଘ ତରଫରୁ ସଭାପତି ସାଧୁବାଦ ଜଣାଯାଇଛନ୍ତି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର

Sunil Chandra Nayak

ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନାରୁ ହଟାଇ ନିଆଗଲା ଆଉ ଜଣେ ଡାକ୍ତର ଙ୍କୁ : ତେଜୁଛି ଅସନ୍ତୋଷ 

Leave a Comment

error: Content is protected !!