ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସୁରକ୍ଷା ଯୋଜନା ଉପରେ ସଚେତନତା ଶିବିର

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଜନସୁରକ୍ଷା ଯୋଜନା ଉପରେ ଏକ ସଚେତନତା ଶିବିର ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଲିଡ ବ୍ୟାଙ୍କ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ତପନ କୁମାର ସାହୁ ଯୋଗଦେଇ ସରକାର ଙ୍କ ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବିଭିନ୍ନ ଯୋଜନା ଯଥା:- ଜନଧନ ଖାତା ଖୋଲିବା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା ଉପରେ ବୁଝାଇଥିଲେ | ଜନସାଧାରଣ ଏହି ଯୋଜନାର ଲାଭ ଉଠାଇବା ପାଇଁ ସଚେତନ କରିଥିଲେ | ଏଥିରେ ଲିଡ ବ୍ୟାଙ୍କ ଚିଫ ମ୍ୟାନେଜର କେ. ନାରାୟଣ ରାଓ, ଆରସେଟି ନିର୍ଦ୍ଦେଶକ ଜି. ପ୍ରସାଦ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଜୁନାପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଯାନୀ ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକାଶ ଆବାସିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ବାସନ୍ତୀ ପାଠାଗାରର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର 

masiha

Leave a Comment

error: Content is protected !!