ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରକୋଟ ମହିଳା ସଙ୍ଘଠନ ଦ୍ବାରା ସ୍ୱଚ୍ଛତା କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି , ୦୬/୦୬/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତ ଚିତ୍ରକୋଟ ଗ୍ରାମ ଉନ୍ନତି ଦିନକୁ ଦିନ କରାଇବାରେ ଲାଗିଛନ୍ତି ଗ୍ରାମର ମହିଳା ସଂଘଠନ । କିଛିଦିନ ହେବ ଗ୍ରାମରେ ଜୋରସୋରରେ ମଦ ବନ୍ଦ ପାଇଁ ପ୍ରୟାସ କରିଥିବାବେଳେ କିଛି ମଦୁଆଙ୍କୁ ହାତଗୋଡ଼ ବାନ୍ଧି ନିକଟସ୍ଥ ପୋଲିସଙ୍କୁ ହସ୍ତାନ୍ତର କରିଥିଲେ ।ଖାଲିଯେ ସେତିକି ନୁହଁ ପ୍ରଥମେ ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏକ ବୈଠକ ପରେ ତେନ୍ତୁଳିଖୁଣ୍ଟି ଥାନା ଦ୍ୱାରସ୍ଥ ହୋଇ ଳିଖିତ ଅଭିଯୋଗ କରିଥିଲେ ।ସେଥିରେ ମଧ୍ୟ ମାନିନଥିଲେ କିଛି ମଦୁଆ ଅନ୍ୟ ଗ୍ରାମରୁ ମଦପିଇ ଆସି ଗ୍ରାମରେ ଅଶାନ୍ତି କରୁଥିଲେ ।ଏହାକୁ ଦେଖି ଗ୍ରାମଲୋକେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଯାଇ ଲିଖିତ ଅଭିଯୋଗ କରିବା ସହ ନିଶାମୁକ୍ତ ଅଞ୍ଚଳ କରିବାକୁ ଦାବି କରିଥିଲେ ଗ୍ରାମଲୋକେ ।ଗ୍ରାମର ମା ଧାରଣୀ ଦେବୀଙ୍କ ବାର୍ଷିକ ବଜାର ଯାତ୍ରା ପାଇଁଗ୍ରାମର ମୁଖ୍ୟ ରାସ୍ତାରୁ ଟୁଇଟି ମନ୍ଦିରର ଚାରି ପାର୍ଶ୍ଵ ରେ କଣ୍ଟା ବୁଦା ଓ ଆବର୍ଜନା କୁ ସଫାକରିଥିଲେ ଗ୍ରାମର ମହିଳା ସଂଘଠନ । ଗ୍ରାମର ଧାରଣୀ ଦେବୀ ମନ୍ଦିର ଓ ପେଡ୍ରାଣୀ ମନ୍ଦିର ଚାରି ପାର୍ଶ୍ଵ ସଫାସୁତୁରା ଦେଖି ଯାତାୟତ ଲୋକେ ଅଞ୍ଚଳଲୋକେ ସ୍ୱଇଛାରେ କାର୍ଯ୍ୟ କରିଥିବାରୁ ଚିତ୍ରକୋଟ ଗ୍ରାମର ମହିଳା ସଂଘଠନ କୁ ପ୍ରଶଂସା କରିଛନ୍ତି । ଏହି ସମୟରେ ମହିଳା ସଂଘଠନ ର ରମ୍ଭା ନାୟକ ,କୁମାରୀ ନାୟକ,ଚମ୍ପା ବାଣୁଆ,ମହିଳା ସଂଘଠନ ର ସହଯୋଗୀ ସୁରେଶ ନାୟକ, ଠଣ ବାବୁଙ୍କ ସମେତ ଦୁଇ ଶିରା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ  

Sunil Chandra Nayak

କବିତା ପ୍ରତିଯୋଗିତାର ଫଳାଫଳ ଘୋଷଣା, ଦୁଇ ଜଣଙ୍କୁ ମିଳିଲା ଦ୍ବିତୀୟ ସ୍ଥାନ

masiha

ରାଜପୁର ବିଦ୍ୟଳୟରେ ଅବସର ଯବାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!