ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

 ମୟୂରଭଞ୍ଜ- ୬/୬ (ମସିହା) ଵିଶ୍ବ ପରିବେଶ ସୁବର୍ଣ୍ଣ ଜୟନ୍ତୀ ଅବସରରେ ବାଦାମ ପାହାଡ଼ର ବିଭିନ୍ନ ସ୍ଥାନରେ ଟିପିଏନଓଡିଏଲ ଆନୁକୁଲ୍ୟରେ ବୃକ୍ଷ ରୋପଣ,ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପାହାଡପୁରସ୍ଥ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରତିଷ୍ଠିତ ଏସଏଲଏସ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଦ୍ବାରା ପରିବେଶ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ ଏବଂ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟାଟା ପାଓ୍ବାରର ସିଇଓ ସ୍ବାଗତ ମୁଖାର୍ଜୀ,ସୁରକ୍ଷା ବିଭାଗ ମୁଖ୍ୟ ତପନ ପାତ୍ର, ଜୀତେନ୍ଦ୍ର ସାହୁ, ଉପଖଣ୍ଡ ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ,ବିଦ୍ଯତ୍ କାର୍ଯ୍ୟ ‌ନିର୍ବାହୀ ଅଧିକାରୀ ଇଂ ପାର୍ଥ ସାରଥି ଦାସ, ରାଇରଙ୍ଗପୁର -୨ ଏସଡିଓ ଇଂ ଚିରଞ୍ଜିବୀ ସାହୁ , ବିଦ୍ୟୁତ ବିଭାଗ କର୍ମଚାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ର ଛାତ୍ରୀ , ପ୍ରମୁଖ ଉପସ୍ଥିତ ଥିଲେ ।ବୃକ୍ଷ ହିଁ ଜୀବନ ।ପରିବେଶ ସନ୍ତୁଳନତା, ଜଳବାୟୁ ନିୟନ୍ତ୍ରଣ ରକ୍ଷା କରେ ବୃକ୍ଷ । ତେଣୁ ଗୋଟିଏ ଗଛ ଗୋଟିଏ ମଣିଷ ।ସମସ୍ତେ ଗଛକୁ ଭଲ ପାଇବା,ଲଗାଇବା,ରକ୍ଷା କରିବା ଆବଶ୍ୟକତା ଅଟେ ।ତଦସହ ଜଳବାୟୁ ତାପମାତ୍ରା,ପରିବେଶ ପ୍ରଦୂଷଣ ପାଇଁ ଅଧିକ ପ୍ଲାଷ୍ଟିକ ବ୍ୟବହାର, ବର୍ଜ୍ୟବସ୍ତୁ ପକାଇବା ମୁଖ୍ୟ ଦାୟୀ ।ନଦୀ,ନାଳ,ଦେବାଳୟ ସବୁ ଆଜି ପ୍ଳାଷ୍ଟିକ ପାଇଁ ପ୍ରଦୂଷିତ । ତେଣୁ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର ଯେତେ କମ କରିବା ସେତେ ଆମ୍ଭ ମାନଙ୍କ ପାଇଁ ଭଲ ।ଏହି ଅବସରରେ ଵିଦ୍ଯାଳୟରେ ୧୦୫ ଟି ଫଳ ଗଛ ସମସ୍ତ ଛାତ୍ରଛାତ୍ରୀ ଲଗାଇବା ସହ ସେହି ଗଛ ମୂଳରେ ସେମାନଙ୍କର ନାମରେ ନାମ ପ୍ଲେଟ ମଧ୍ଯ ଲେଖା ଯାଇଥିଲା । ତଦସହ ସମସ୍ତ ଛାତ୍ର,ଛାତ୍ରୀ ଅଭିଭାବକ ମାନଙ୍କୁ ଗୋଟିଏ ଗୋଟିଏ ବିଭିନ୍ନ କିସମର ବୃକ୍ଷ ଦିଆ ଯାଇଥିଲା ଯାହାକି ସେମାନେ ତାଙ୍କ ବାଡ଼ିରେ ଲଗାଇବେ । ସମୁଦାୟ ୫୦୦ ଟି ଗଛ ବିତରଣ କରାଯାଇଥିଲା । ସମସ୍ତଙ୍କୁ ପ୍ଳାଷ୍ଟିକ ଗ୍ରାମ ବଦଳରେ କାଗଜ ନିର୍ମିତ ଗ୍ଳାସ ଓ ପ୍ଲେଟରେ ଖାଦ୍ୟ ଓ ପିଇବା ପାଣି ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଏସଡିଓ ଚିରଞ୍ଜିବୀ ସାହୁ ଧନ୍ୟବାଦ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

masiha

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

masiha

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ, ୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩

masiha

Leave a Comment

error: Content is protected !!