ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଶସ୍ତ୍ର ଡ଼କାୟତ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର ଲୁଟ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗ୍ରାମରେ  ସୁନ୍ଦର ଶ୍ୟାମ ଶତପଥୀ ଙ୍କ ଘରେ ରାତ୍ରି ସାଢେ ନଅ ରେ ସଶସ୍ତ୍ର ଡକାୟତି। ମୁଖା ପିନ୍ଧା ସଶସ୍ତ୍ର ଡ଼କାୟତ ଘରେ ପଶି ପରିବାର ସଦସ୍ୟ ଙ୍କ ହାତଗୋଡ଼ ବାନ୍ଧି ଅତର୍କିତ ଆକ୍ରମଣ କରିଥିଲେ । ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ଭୟଭୀତ କରି ଘରରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି।ଡକାୟତ ମାନେ ୩ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରି ଲହୁଲୁହାଣ କରି ଆଘାତ କରିଛନ୍ତି। ସୁନ୍ଦର ଶ୍ୟାମ ଙ୍କୁ ମୁଣ୍ଡ ପଛ ପଟେ ବନ୍ଧୁକରେ ଆଘାତ କରିଥିବା ବେଳେ ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସୁନ୍ଦର ଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ କରିଛନ୍ତି ଓ ମାଆ ଜମ୍ବୁଙ୍କ ଗୋଡ଼ରେ ବାଡେଇ ଛନ୍ତି। ସଶସ୍ତ୍ର ଡ଼କାୟତ ମାନଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଅନେକ ମୁଖା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଖଡ଼ିଆଳ ପୋଲିସ କୁ ଯୋଗାଯୋଗ କରିବାରୁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ଆରକ୍ଷୀ ଅଧ୍ୟକ୍ଷକ ଆର ଗୁଣ୍ଡାଲା ରେଡି ,ଏସ୍ଡିପିଓ ଅରୁପ ଅଭିଷେକ ବେହେରା ,ଖଡ଼ିଆଲ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରମୁଖ ଘଟଣା ର ତଦନ୍ତ କରୁଥିବା ବେଳେ ଡ୍ରଗ ସ୍କ୍ୱାର୍ଡ ମଧ୍ୟ ପହଁଚିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

masiha

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସର ଜାରୀ 

masiha

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!