ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷାପ୍ରତିଷ୍ଠାନର ସର୍ବପ୍ରଥମ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ 

ଖୋର୍ଦ୍ଧା ତା. ୦୫.୦୬.୨୦୨୩ 🙁 ମ ନି ସ) ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା , ଚିଲିକା ବ୍ଲକର ନିଶିଗନ୍ଧା ଭାଷାପ୍ରତିଷ୍ଠାନକୁ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ଏହାର ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପରିବେଶ ସମିତି ପକ୍ଷରୁ ନିଶିଗନ୍ଧା ଭାଷାପ୍ରତିଷ୍ଠାନକୁ ମନୋନୀତ କରାଯାଇଥିଲା I ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ (ଜୁନ ୫ ତାରିଖ) ଅବସରରେ ଏହି ପୁରସ୍କାର ବିତରଣ କରାଯାଇଅଛି I ପ୍ରତ୍ୟେକ ପ୍ରକୃତି ମିତ୍ରଙ୍କୁ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ (ଭିଡ଼ିଓ କନଫରେନ୍ସ ଯୋଗେ)ଙ୍କ ସମେତ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ୱାଳ (ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ) ପ୍ରମୁଖ ଯୋଗ ଦେଇଥିଲେ I

ଏହି ସଫଳତା ପାଇଁ ପରିବେଶ ପ୍ରେମୀ ଡା. ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ସଂଯୋଜକ, ପର୍ଯ୍ୟବେକ୍ଷକ ତଥା ମେଡିଆ ପ୍ରଭାରୀ ନିଶିଗନ୍ଧା ଭାଷାପ୍ରତିଷ୍ଠାନ ନିଶିଗନ୍ଧା ଭାଷାପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ଓ ଏହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟା ଓ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଡା. ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ସଂଯୋଜକ,ପର୍ଯ୍ୟବେକ୍ଷକ ତଥା ମେଡିଆ ପ୍ରଭାରୀ ନିଶିଗନ୍ଧା ଭାଷାପ୍ରତିଷ୍ଠାନ 
ଦୂରଭାଷ :୯୪୩୮୬୬୫୧୬୯
ଇ-ମେଲ : debisirscience@gmail.com

Related posts

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିରର ନୂତନ କମିଟି ଗଠନ ପ୍ରସ୍ତୁତି ବୈଠକ 

Sunil Chandra Nayak

ସହରରେ ବୁଲିଲା ଦନ୍ତା ହାତୀ: ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Sunil Chandra Nayak

Leave a Comment

error: Content is protected !!